ନୟାଗଡ଼ରେ ପ୍ରାକ୍ ନିର୍ବାଚନୀ ହିଂସା, ବୋମାମାଡ଼ରେ ଉଡ଼ିଗଲା ଯୁବକଙ୍କ ମୁଣ୍ଡ

Panchayat Elections Bomb Hurled In Nayagarh One Dead

ନୟାଗଡ଼: ନୟାଗଡ଼ରେ ପ୍ରାକ୍ ନିର୍ବାଚନୀ ହିଂସା । ଭୋଟ୍ ପୂର୍ବରୁ ଗଡ଼ିଲା ମୁଣ୍ଡ । ଖଣ୍ଡପଡ଼ା ଥାନା ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ ହୋଇଛି । ଗାଁ ଦାଣ୍ଡରେ ବାଇକ୍ ନେଇ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବୋମା ବିସ୍ଫୋରଣରେ ମୃତ ଯୁବକଙ୍କ ମୁଣ୍ଡ କେଉଁ ଆଡ଼େ ଉଡ଼ି ଯାଇଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ି ରହିଛି । ସେହି ଗାଁର ଜଣେ ଯୁବକ ବୋମାମାଡ଼ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି ।

Panchayat Elections Bomb Hurled In Nayagarh One Dead

ଆସନ୍ତାକାଲି ଗୁରୁବାର ଖଣ୍ଡପଡ଼ାରେ ନିର୍ବାଚନ ହେବାକୁ ଥିବା ବେଳେ ବୋମାମାଡ଼ରେ ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ଖଣ୍ଡପଡ଼ା ଥାନା ପୋଲିସ, ଏସଡିପିଓ ଓ ନୟାଗଡ଼ ଏସପି ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ବୋମାମାଡ଼ କରିଥିବା ଯୁବକ ଜଣଙ୍କ ସେହି ଗାଁର ନରେଶ ମାଝୀ ଓରଫ କାମେନା ବୋଲି କହିଛନ୍ତି ଗ୍ରାମବାସୀ । ସେ ଜଣେ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ତା’ନାଁରେ ପୂର୍ବରୁ ଥାନାରେ ମାମଲା ରହିଛି । ଗାଁରେ ଉତ୍ତେଜନା ଲାଗି ରହିଛି । ଲୋକେ ଭଙ୍ଗାରୁଜା କରିଛନ୍ତି ।

Leave a Reply