ପଞ୍ଚାୟତ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ: ୩୦୫ଜୋନ୍‌ରେ ହେବ ଗଣତି

ଭୁବନେଶ୍ୱର: ପଞ୍ଚାୟତ ଭୋଟ୍ ଗଣତିର ଆଜି ଦ୍ୱିତୀୟ ଦିନ । ଆଜି ରାଜ୍ୟରେ ୩୦୫ ଜୋନରେ ହେବ ଗଣତି । ଖୋଲିବ ନେତାଙ୍କ ସିଲ୍ ଆସିବ ଜନତାଙ୍କ ରାୟ । ଗତକାଲି ବ୍ଲକର ଗୋଟିଏ ଲେଖାଏ ଜୋନରେ ଗଣତି ହୋଇଥିଲା । କେବଳ ଭୋଗରାଇ ବ୍ଲକରେ ୨ଟି ଜୋନରେ ଗଣତି ହୋଇଥିଲା । ତେବେ ଆଜି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହେବ । ସକାଳ ୮ଟାରୁ କଡ଼ା ସୁରକ୍ଷାରେ କାଉଣ୍ଟିଂ ଆରମ୍ଭ ହେବ । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯିବ । ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଏଯାବତ୍ ସରିଥିବା ଗଣତି ମଧ୍ୟରେ ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋବାକୁ ଯାଉଛି  । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତବାକ ବର୍ତ୍ତମାନ ସୁଦ୍ଧା ୨୭୫ ଆସନରେ ଆଗରେ ରହିଛି ବିଜେଡି  । ଗଣତିର ପ୍ରାରମ୍ଭ ଦିନରେ ୩୧୫ ଜୋନର ଗଣତି ରହିଥିବାବେଳେ ଅର୍ଦ୍ଧାଧିକ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି  । ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିରୋଧି ବିଜେପିର ପ୍ରଦର୍ଶନ ଅପରିବର୍ତ୍ତିତ ରହି ନାହିଁ   । ଅର୍ଥାତ ବିଜେପିର ସ୍ଥିତି ଏଠାରେ ଖରାପ ରହିଛି  ।

ଏଥିସହିତ ପଢ଼ନ୍ତୁ: ଜାଗର ପାଇଁ ସମନ୍ୱୟ ବୈଠକ, ଏଥର ମୁତୟନ ହେବେ ବ୍ୟାପକ ପୋଲିସ ଫୋର୍ସ

Leave a Reply