ଦିନ ୧୨ ସୁଦ୍ଧା ରାଜ୍ୟରେ ୪୩ ପ୍ରତିଶତ ମତଦାନ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ସୁରୁଖୁରୁରେ ଚାଲିଛି ମତଦାନ । ଦିନ ୧୨ଟା ସୁଦ୍ଧା ହୋଇଛି ୪୩ ପ୍ରତିଶତ ମତଦାନ । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ । କେବଳ ଜଗତସିଂହପୁରର ଦୁଇଟି ବୁଥକୁ ଛାଡିଦେଲେ ଏପର୍ଯ୍ୟନ୍ତ ପୋଲିଂ ଶାନ୍ତିପୂର୍ଣ୍ଣ ରହିଛି । ସେହିପରି ଭାବରେ କୋଟିଆରେ ମତଦାନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ବୋଲି କହିଛନ୍ତି ନିର୍ବାଚନ କମିଶନଙ୍କ ସଚିବ । ସକାଳୁ କୋଟିଆରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି  । ଦିନ ୧୨ଟା ସୁଦ୍ଧା ୪୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର କୁମାର ସାହୁ  ।

Leave a Reply