ପଞ୍ଚାୟତ ଫଳାଫଳ: ଜାଣନ୍ତୁ କିଏ କେଉଁଠି ଆଗରେ ?

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯେଉଁ ସବୁ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି ପ୍ରାୟ ସେ ସମସ୍ତ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଗୁଣୁପୁର ବ୍ଲକ ରାମନାଗୁଡ଼ା ’କ’ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । ସେହିପରି ଆନନ୍ଦପୁର ୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । କଣାସ ବ୍ଲକର ୩ ନମ୍ବର ବ୍ଲକର ୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛି । ସେହିପରି ଭଞ୍ଜନଗର ସୋରଡ଼ା ୬୩ ନମ୍ବର ଜୋନ, ନୟାଗଡ଼ ନୂଆଗାଁ ୧୬ ନମ୍ବର ଜୋନ ଓ ନୟାଗଡ଼ ଓଡ଼ଗାଁ ୧ ନମ୍ବର ଜୋନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛି ।

ସୂଚନା ଅନୁସାରେ ଆଜିଠାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ହେଉଛି । କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି । ଭୋଟ୍ ଗଣତି ସମୟରେ ପ୍ରତି ପଞ୍ଚାୟତରେ ଗଣତି ପାଇଁ ଗୋଟିଏ ଟେବୁଲ ରହିଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ରହିଛନ୍ତି । ତେବେ ସହାୟତ ପାଇଁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ଭୋଟ ବାକ୍ସରୁ ବାଲାଟ ପେପରକୁ ରଙ୍ଗ ଅନୁସାରେ ସର୍ଟିଂ କରିବା ପରେ ଆରମ୍ଭ ହୋଇଛି ଗଣତି ।

Leave a Reply