spot_img

Latest Posts

୪ଟି ଜେସିବି ଲଗାଇ ଭଙ୍ଗାଗଲା ପଞ୍ଚମୁଖୀ ହନୁମାନ ମନ୍ଦିର

କଟକ: ଭଙ୍ଗାଗଲା କଟକ କିଶନନଗରର ବହୁ ପୁରାତନ ରଟିଲୋ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ତାର ପରିପାଟି। ସ୍ଥାନୀୟ ଜନସାଧରଣଙ୍କ ବହୁ ବିରୋଧ ଓ ଆଇନଗତ ଲଢେଇ ପରେ ଆଜି ଶେଷରେ ଜାତୀୟ ସବୁଜ ଟ୍ରିବୁନାଲଙ୍କ ନିର୍ଦ୍ଦେଶକୁ ପାଳନ କରି ଜିଲ୍ଲା ପ୍ରଶାସନ ମନ୍ଦିର ଭାଙ୍ଗିଛି। ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାନଦୀ ପଠାରେ ବେଆଇନ ଜବରଦଖଲ ଥାଇ ମନ୍ଦିର ନିର୍ମାଣ ହୋଇଥିବାରୁ ନଦୀ ପଠାରେ ବନ୍ୟାଜଳ ନିଷ୍କାସନ ପାଇଁ ଏହାକୁ ଭଙ୍ଗାଯାଇଛି।

ପୂର୍ବରୁ ପ୍ରଶାସନ ଏହାକୁ ଭାଙ୍ଗିବାପାଇଁ ଆସିଥିଲେ ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ତେବେ ଉଚ୍ଚ ନ୍ୟାୟାଳୟ ଶେଷରେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଖାରଜ କରିଦେବା ପରେ ଶେଷରେ ମନ୍ଦିର ଭଙ୍ଗା ହେବା ନେଇ ସ୍ପଷ୍ଟ ହୋଇଥିଲା। ଏଥିପାଇଁ ଏହି ପୀଠ ଏବଂ ତାର ଆଖପାଖ ଗାଁର ଜନବସତି ଅଞ୍ଚଳରେ ୧୪୪ଧାରା ଜାରି କରି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇ ୪ଟି ଜେସିବି ଲଗାଇ ମନ୍ଦିର ଭଙ୍ଗାଯାଇଛି।

ଏହି କାର୍ଯ୍ୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ, ଜଳସେଚନ ଅଧିକାରୀଙ୍କ ସମେତ ଜିଲ୍ଲା ପୋଲିସର ଉଚ୍ଚ ଅଧିକାରୀ ମଧ୍ୟ ନିୟୋଜିତ ଥିଲେ। ତେବେ ମନ୍ଦିର ଭାଙ୍ଗିବାକୁ ନେଇ ସ୍ଥାନୀୟ ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି।

Latest Posts

Don't Miss