spot_img

Latest Posts

ବଢିଲା ଆଧାର – ପାନ୍ କାର୍ଡ ଲିଙ୍କ୍ ଅବଧି

ନୂଆଦିଲ୍ଲୀ: ପୁଣି ବଢିଲା ଆଧାର କାର୍ଡ ସହ ପାନ୍‌ କାର୍ଡ ଲିଙ୍କ କରାଇବା ଅବଧି । ଏହି ଅବଧିକୁ ଏବେ ୨୦୨୧ ମସିହା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି କେନ୍ଦ୍ର ସରକାର । ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଲକଡାଉନ୍ ଯୋଗୁଁ ସରକାର ପ୍ୟାନକୁ ଆଧାର ସହିତ ଲିଙ୍କ କରିବାର ଶେଷ ତାରିଖକୁ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଆଧାର ଏବଂ ପାନ୍ ଲିଙ୍କ ପାଇଁ ଏଥର ତାରିଖକୁ ନବମ ଥର ପାଇଁ ବୃଦ୍ଧି କରାଯାଇଛି।

୨୦୧୮ ମସିହାରେ ଆଧାର କାର୍ଡ ଉପରେ ସୁପ୍ରିମକୋର୍ଟ ଏକ ପ୍ରମୁଖ ରାୟ ଶୁଣାଇବା ପରେ ଆଧାର ନମ୍ବର ସମସ୍ତ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା । ଏହାକୁ ପରିଚୟ ନମ୍ବର ବୋଲି କୁହନ୍ତି । ଏହା ସହିତ, ଆଧାର କୁ ପାନ କାର୍ଡ ସହିତ ଲିଙ୍କ କରିବା ଜରୁରୀ ହୋଇଥିଲା । ସୂଚନାଯୋଗ୍ୟ ଯେ, ପାନ କାର୍ଡର ଇନକମ୍ ଟ୍ୟାକ୍ସ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ମଧ୍ୟ ଲିଙ୍କ ଥାଏ। ଆୟକର ବିଭାଗ ଅନୁଯାୟୀ, ଯଦି ପାନ୍ କାର୍ଡଧାରୀମାନେ PAN କୁ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ପାନ୍ କାମ କରିବ ନାହିଁ  ।

ଲକଡାଉନ୍‌ ସମୟରେ ଅନେକ ଲୋକେ ଆଧାର କାର୍ଡ ସହ ପାନ୍‌ ଲିଙ୍କ କରାଇପାରି ନାହାଁନ୍ତି । ତେଣୁ ସରକାର ଅବଧି ବୃଦ୍ଧି କରାଇଛନ୍ତି । ପୂର୍ବରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅବଧି ଥିଲା । ହେଲେ ଏହାକୁ ଏବେ ପୁଣି ଥରେ ବଢାଇଛନ୍ତି କେନ୍ଦ୍ର ସରକାର । ଯଦି କୈାଣସି ଲୋକେ ଏହି ସମୟ ସୀମା ମଧ୍ୟରେ ଆଧାର କାର୍ଡ ସହ ପାନ୍‌ ଲିଙ୍କ ନ କରାନ୍ତି ତେବେ ଏଥିପାଇଁ ସେମାନଙ୍କୁ ଜୋରିମାନା ଦେବାର ପ୍ରାବଧାନ ମଧ୍ୟ ରହିଛି ।

Latest Posts

Don't Miss