ବଜ୍ରପାତ ରୋକିବ ତାଳଗଛ, ସରକାରୀ ସ୍ତରରେ ପ୍ରସ୍ତୁତ ହୋଇଛି ବିଗ୍ ପ୍ଲାନ

ନନ୍ଦିଘୋଷ ବ୍ୟୁରୋ: ବଜ୍ରପାତରେ ଆଉ ଯିବନି ଜୀବନ । ସେଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ବଡ଼ ଯୋଜନା । ସାରା ରାଜ୍ୟରେ ଲାଗିବ ତାଳ ଗଛ । ଯାହା ବଜ୍ରପାତକୁ କରିବ ପ୍ରତିରୋଧ । ସେପ୍ଟେମ୍ୱର ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ ଲକ୍ଷ୍ ତାଳ ଗଛ ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ବନବିଭାଗ। ସେପଟେ ତାଳଗଛ ଲଗାଯିବା ପୂର୍ବରୁ ବଜ୍ରପାତ ହେଉଥିବା ହଟସ୍ପଟ ଚିହ୍ନଟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଭୂବିଜ୍ଞାନୀ ।

ବଜ୍ରପାତ ରୋକିବ ତାଳଗଛ । ସରକାରୀ ସ୍ତରରେ ପ୍ରସ୍ତୁତ ହୋଇଛି ବିଗ୍ ପ୍ଲାନ ।  ସାରା ରାଜ୍ୟରେ ତାଳ ଗଛ ଲଗାଇବାକୁ ଯୋଜନା । ତାଳଗଛ କଟାକୁ ବି ବ୍ୟାନ ଘୋଷଣା । ସାରା ରାଜ୍ୟରେ ବ୍ରଜପାତ ଯୋଗୁ ଗୋଟେ ପରେ ଗୋଟେ ଅଘଟଣ ଘଟୁଛି । ଅକାଳରେ ନିରୀହ ଲୋକଙ୍କ ପାଣବାୟୁ ଉଡି ଯାଉଛି   । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏଭଳି ଅଘଟଣ ରୋକିବାକୁ ସରକାରୀସ୍ତରରେ ନିଆଯାଇଛି ବଡ ନିଷ୍ପତ୍ତି ।  ତାଳ ବୃକ୍ଷ ଯେହେତୁ ବଜ୍ରପାତକୁ ପ୍ରତିରୋଧ କରେ ସେଥିପାଇଁ ସାରା ରାଜ୍ୟରେ ବ୍ୟାପକ ତାଳଗଛ ଲଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ୱର ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ ଲକ୍ଷ୍ ତାଳ ଗଛ ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ବନବିଭାଗ ।  ଗତକାଲି ସୁଦ୍ଧା ରାଜ୍ୟର ବିଭିନ୍ନ ଜଙ୍ଗଲ ପରିସୀମାରେ ୧୦ ଲକ୍ଷ ତାଳ ଗୁଟୁମା ଲାଗିସାରିଛି । ଆଉ ସେପ୍ଟେମ୍ବର  ଶେଷ ସୁଦ୍ଧା  ବାକି ତାଳ ଗୁଟମା  ଲଗେଇ ମିଶନ ସାରିବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ। ଜଙ୍ଗଲ ପରିସୀମାରେ ତାଳ ଗଛ ଲାଗିବ ଦ୍ଵାରା ୩ ପ୍ରକାର ଲାଭ ମିଳିଥାଏ । ପ୍ରଥମ ବଜ୍ରପାତ ସଂଖ୍ୟା କମିବ, ଦ୍ଵିତୀୟରେ ହାତୀଙ୍କର ତାଳ ହେଉଛି ଭାରି ପ୍ରିୟ ଖାଦ୍ୟ । ଯାହା ଫଳରେ ସେମାନଙ୍କୁ ଜଙ୍ଗଲ ଭିତରେ ଖାଦ୍ୟ ମିଳିବ । ସେମାନେ ଆଉ ଜନବସତି ମୁହାଁ ହେବେ ନାହିଁ। ତୃତୀୟରେ  ଜଙ୍ଗଲର ପରିସୀମା ନିର୍ଣ୍ଣୟ ହେବାରେ ସହଜ ହେବ ବୋଲି କହିଛନ୍ତି  ପିସିସିଏଫ ।   ଏହା ବାଦ୍ ପୂର୍ବରୁ ଯେଉଁଭଳି ମନଇଚ୍ଛା  ତାଳ ଗଛ କଟା ଯାଉଥିଲା  ତାକୁ ରୋକିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।  ବର୍ତ୍ତମାନ ତାଳଗଛ କାଟିବା ପୂର୍ବରୁ ଜଙ୍ଗଲ ବିଭାଗ  ଅନୁମତି ନେବାକୁ ପଡିବ।

ସେପଟେ ତାଳଗଛ ଲଗାଯିବା ପୂର୍ବରୁ ବଜ୍ରପାତ ହେଉଥିବା ହଟସ୍ପଟ ଚିହ୍ନଟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଭୂବିଜ୍ଞାନୀ । ତାଳଗଛ ବଜ୍ରପାତ ହାସର ଏକ ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ଗଛ ବଢିବାକୁ ଦୀର୍ଘ ସମୟ ଲାଗିଥାଏ । ତେଣୁ ରାଜ୍ୟବ୍ୟାପୀ ହଟସ୍ପଟ ଚିହ୍ନଟ ସହ ସମ୍ବେଦନଶୀଳ ଅଞ୍ଚଳ ମାନଙ୍କରେ ଜନସଚେତନତା ଜରୁରୀ ବୋଲି କହିଛନ୍ତି ଭୂବିଜ୍ଞାନୀ । ଦୁଇ ଦିନରେ ମୟୂରଭଞ୍ଜ, ଭଦ୍ରକ,ଢେଙ୍କାନାଳ,ଯାଜପୁର,କେନ୍ଦ୍ରାପଡ଼ା,କଟକ ଓ ଗଞ୍ଜାମ ଜିଲ୍ଲାରେ ଏକାଧିକ ବଜ୍ରପାତ ଜନିତ ଦୁର୍ଘଟଣା ଘଟିଛି ।