spot_img

Latest Posts

ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣା : ଏପର୍ଯ୍ୟନ୍ତ ୧୫ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରରେ ପାଲଘର ଜିଲ୍ଲାର ଭିରାରରେ ଏକ କୋଠା ଭୁଶୁଡିବା ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। କୋଠାର ଭଗ୍ନାବଶେଷରେ ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ କୋଠାଟି ଭୁଶୁଡ଼ି ପଡ଼ିଛି। ରମାବାଇ ଆପାର୍ଟମେଣ୍ଟ ନାମକ ଏହି ଚାରି ମହଲା ବିଶିଷ୍ଟ କୋଠାଟି ୨୦୧୨ ମସିହାରେ ନିର୍ମିତ ହୋଇଥିଲା।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ କୋଠାର ଏକ ଅଂଶ ପଡ଼ିଥିବା ବସ୍ତିରେ କେହି ନଥିଲେ। ନିକଟରେ ଥିବା ଅନ୍ୟ ବସ୍ତିଗୁଡ଼ିକୁ ମଧ୍ୟ ଖାଲି କରାଯାଇଛି। ସେଠାରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ କୋଠାଟି ବେଆଇନ। ଭାସାଇ-ବିରାର ନଗର ନିଗମ ସ୍ପଷ୍ଟ କରିଛି ଯେ ଏହି କୋଠା ନିର୍ମାଣ ପାଇଁ ନଗର ନିଗମରୁ ଅନୁମତି ନିଆଯାଇ ନଥିଲା।

Latest Posts

Don't Miss