ବିଶ୍ବକପ ଫାଇନାଲରେ ସୁରକ୍ଷା ବଳୟ ଭାଙ୍ଗିଥିବା ଯୁବକଙ୍କ ପାଇଁ ୧୦ ହଜାର ଡଲାର ପୁରସ୍କାର ଘୋଷଣା କଲା..

1 min read

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଆୟୋଜିତ ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ସୁରକ୍ଷା ବଳୟ ଭାଙ୍ଗି ଷ୍ଟାଡିୟମ ଭିତରକୁ ପଶିଥିଲେ ଅଷ୍ଟ୍ରେଲିୟ ଯୁବକ ବେନ ଜନସନଙ୍କ ପାଇଁ ୧୦ ହଜାର ଆମେରେକୀୟ ଡଲାର ଘୋଷଣା କରିଛି ଖଲିସ୍ତାନ ସମର୍ଥକ ଗୋଷ୍ଠୀ (ଏସଜେଏଫ୍) । ବିରାଟ କୋହଲିଙ୍କ କାନ୍ଧରେ ବେନ୍ ହାତ ପକାଇଥିବାବେଳେ କିଛି ସମୟ ଖେଳ ବନ୍ଦ ରହିଥିଲା । ପରେ ପୋଲିସ ହେପାଜତଙ୍କୁ ତାଙ୍କୁ ନିଆଯାଇଥିଲା । ତେବେ ଭାରତୀୟ ଗୁପ୍ତଚର ସୂତ୍ରର ଜଣା ପଡ଼ିଛି କି, ଏହା ହେଉଛି ଗୁରୁପନ୍ତ ସିଂ ପନ୍ନୁ ଏବଂ ତାଙ୍କ ସଂଗଠନର ଏକ କୁଟ ଚକ୍ରାନ୍ତ । ଭାରତରେ ଗୁରୁବନ୍ତସିଂ ପନ୍ନୁଙ୍କୁ ଆତଙ୍କବାଦୀଭାବେ ଘୋଷଣା କରାଯାଇଛି । ସେ ଏବେ କାନାଡ଼ାରେ ରହୁଥିବାବେଳେ ଜାଣିଶୁଣି ଏଭଳି କରିଥିବା କୁହାଯାଉଛି ।

ସେପଟେ ଅଷ୍ଟ୍ରେଲିୟ ଯୁବକ ବେନ କୁହନ୍ତି କି, କୋହଲିଙ୍କୁ ଭେଟିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏବଂ ମୁଁ ହେଉଛି ଜଣେ ପାଲେଷ୍ଟାଇନ୍ ସମର୍ଥକ । ତେଣୁ ଫ୍ରି ପାଲେଷ୍ଟାଇ ଟି-ସାର୍ଟ ପିନ୍ଧି ପଡ଼ିଆ ଭିତରେ ପଶିଥିଲି । ଏବଂ କୋହଲିଙ୍କୁ କୋଳାଇଥିଲି । ତେବେ ସେ ଜଣେ ବିଦେଶୀ ନାଗରିକ ହୋଇଥିବାବେଳେ ଫାଇନାଲ ମ୍ୟାଚରେ ସୁରକ୍ଷା ବଳୟ ଭାଙ୍ଗି ଖେଳାଳିଙ୍କ କାନ୍ଧରେ ହାତ ପକାଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।