ବନ୍ଧୁକ ନେଇ ଯାଉଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ୍

1 min read

ଜମ୍ମୁ: ଭାରତ-ଚୀନ୍ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ପାକିସ୍ତାନ ଭାରତ ସୀମା ଭିତରକୁ ଅସ୍ତ୍ର ଚାଲଣର ଷଡ଼ଯନ୍ତ୍ର କରୁଛି । ଡ୍ରୋନ୍ ଦ୍ୱାରା ଭାରତୀୟ ସୀମା ମଧ୍ୟକୁ ପାକିସ୍ତାନ ବନ୍ଧୁକ ପଠାଉଥିବାର ଜଣା ପଡିଛି । ବିଏସଏଫ୍ ଏହିଭଳି ଏକ ଡ୍ରୋନକୁ ଗୁଳି କରି ଖସାଇଛି ।

ଜମ୍ମୁ-କାଶ୍ମୀରର କଠୁଆର ପନସାର ଅଂଚଳରେ ପାକିସ୍ତାନ ପଟୁ ଆସୁଥିବା ଏକ ଡ୍ରୋନକୁ ବିଏସଏଫ୍ ଠାବ କରିଥିଲା । ତୁରନ୍ତ ବିଏସଏଫ୍ ଏହାକୁ ଗୁଳି କରି ଖସାଇଥିଲା । ଡ୍ରୋନ୍ ତଳକୁ ପଡିବା ପରେ ସେଥିରେ ବନ୍ଧୁକ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା ।

ଡ୍ରୋନରୁ ମିଳିଥିବା ବନ୍ଧୁକ ଆମେରିକା ତିଆରି ବୋଲି ଜଣା ପଡିଛି । କୌଣସି ଆତଙ୍କବାଦୀ ପାଖକୁ ଡ୍ରୋନ୍ ଦ୍ୱାରା ବନ୍ଧୁକ ପଠାଇବା ପାଇଁ ଉଦ୍ୟମ ହେଉଥିଲା ବୋଲି ବିଏସଏଫ୍ ସନ୍ଦେହ କରୁଛି ।

ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଏହାର କୌଣସି ସ୍ଲିପର ଏଜେଣ୍ଟ ପାଖକୁ ଏଭଳି ବନ୍ଧୁକ ସପ୍ଲାଏ କରୁଥିବା ସନ୍ଦେହ କରାଯାଉଛି । ଆତଙ୍କବାଦୀ ଲଂଚପ୍ୟାଡ୍ ଧ୍ୱଂସ ହେବା ପରେ ଆଇଏସଆଇ ଅସ୍ତ୍ରଶସ୍ତ୍ର ସପ୍ଲାଏ ପାଇଁ ଡ୍ରୋନର ସାହାଯ୍ୟ ନେଉଥିବା କୁହଯାଉଛି । ଡ୍ରୋନ୍ ପାକିସ୍ତାନର କେଉଁ ଅଂଚଳରୁ ଆସିଥିଲା ତା’ର ଖୋଳତାଡ୍ ଚାଲିଛି ।

Leave a Reply