ସୁପ୍ରିମକୋର୍ଟରେ ହାଜର ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

1 min read

ପେଶାଓ୍ବାର: ୨୦୧୪ ପେଶାଓ୍ବାର ଆର୍ମି ସ୍କୁଲ ହତ୍ୟା ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟରେ ହାଜର ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କହିଲେ- ଆାଇନ ତା’ ବାଟରେ କାମ କରିବ । ଏ ଦେଶରେ କେହି ସେଚ୍ଚାଟ ନୁହଁନ୍ତି । ମୁଁ ଆଇନର ଶାସନ ଉପରେ ବିଶ୍ବାସ କରେ ।

ସୂଚନାଯୋଗ୍ୟ, ୨୦୧୪ ଡିସେମ୍ବର ୧୬ରେ ଆର୍ମି ପବ୍ଲିକ ସ୍କୁଲରେ ତେହରିକ ଏ ତାଲିବାନ ପାକିସ୍ତାନ (ଟିଟିପି) ଆକ୍ରମଣ କରିଥିଲା । ଏଥିରେ ୧୩୨ ପିଲାଙ୍କ ସହ ୧୪୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଇମ୍ରାନ ସରକାର ଟିଟିପି ସହ ଶାନ୍ତି ବୁଝାମଣା କରିବା ପରେ ଏହି ଘଟଣା ପୁଣି ଚର୍ଚ୍ଚାକୁ ଆସିଛି । ମୃତ ପିଲାଙ୍କ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାମଲାରେ କୋର୍ଟ ଇମ୍ରାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ପରବର୍ତ୍ତି ଶୁଣାଣି ୪ ସପ୍ତାହ ପରେ ହେବ ।

ଜିୟୋ ନ୍ୟୁଜ୍ ଅନୁସାରେ ଘଟଣାକୁ ୭ ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଆଖିଦେଖା କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଟିଟିପି ଗଣ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ ବି କୌଣସି ସରକାର ଏହି ଆତଙ୍କବଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ମୃତ ପିଲାଙ୍କ ପରିବାର ସୁପ୍ରିମେକାର୍ଟର ଦ୍ବାରସ୍ଥ ହୋଇ ଘଟଣା ପାଇଁ ଟିଟିପି ଯେତିକି ଦାୟୀ, ତା’ଠାରୁ ଅଧିକ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ କରି ଗାଦିରେ ବସିଥିବା ବଡ଼ ଅଧିକାରୀ ଓ ନେତାଙ୍କ ଜବାବ ଚାହିଁଥିଲେ ।

ସୁପ୍ରିମକୋର୍ଟ ସମନ ଜାରି କରିବା ପରେ ପ୍ରଥମେ ପାକିସ୍ତାନ ଆଟର୍ଣ୍ଣିଂ ଜେନେରାଲ କୋର୍ଟରେ ହାଜର ହୋଇଥିଲେ । ଏହାପରେ ଇମ୍ରାନଙ୍କୁ ହାଜର ହେବାକୁ ନୋଟିସ୍ ହୋଇଥିଲା । ଚିଫ୍ ଜଷ୍ଟିସ୍ ଅଫ୍ ପାକିସ୍ତାନ (ସିଜେପି) ଗୁଲଜାର ଅହମ୍ମଦଙ୍କ ବେଞ୍ଚରେ ଇମ୍ରାନ ହାଜର ହୋଇ କହିଥିଲେ- ମୁଁ ଦେଶରେ ଆଇନର ଶାସନ ଚାହିଁଛି । ହେଲେ, ଏହା ବି ଧ୍ୟାନ ରଖିବାକୁ ପଡ଼ିବ ଏ ଦେଶରେ କେହି ସୁଚ୍ଚୋଟ ନୁହଁନ୍ତି । ଏଥିପାଇଁ ସେ There are no holy cows in Pakistan ବାକ୍ୟ ବ୍ୟବହାର କରିଥିଲେ ।

ସୂଚନାଯୋଗ୍ୟ, ଘଟଣା ବେଳେ ଇମ୍ରାନ ପ୍ରଧାନମନ୍ତ୍ରୀ ନଥିଲେ । ତଥାପି ସେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । କାରଣ, ସେ ବିରୋଧୀ ଓ ତତ୍କାଳୀନ ନବାବ ସରିଫଙ୍କ ସରକାରଙ୍କୁ ଫସାଇବାକୁ ନିଜେ କୋର୍ଟରେ ହାଜର ହୋଇଥିବା କୁହାଯାଉଛି । ପାକିସ୍ତାରେ ଦେଢ ବର୍ଷ ପରେ ନିର୍ବାଚନ ହେବାକୁ ଅଛି । ଇମ୍ରାନଙ୍କ ପାକିସ୍ତାନ ଏ ଇନସାଫ (ପିଟିଆଇ) ସେନା ଦୟାରୁ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ହେଲେ ତାଙ୍କ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । କୋର୍ଟରେ ହାଜର ହେବା ବାହାନାରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପରେ ଦେଶରେ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮୦ ଡ୍ରୋନ ଆକ୍ରମଣ ହୋଇଛି, ଏଥିପାଇଁ ଦାୟୀ କିଏ ବୋଲି ସେ କୋର୍ଟରେ ପ୍ରଶ୍ନ କରିତିଲେ ? ଏହାର ଉତ୍ତରରେ ଚିଫ୍ ଜଷ୍ଟିସ୍ କହିଥିଲେ, ତୁମେ ଦେଶର ପ୍ରଧାନମନ୍ତ୍ରୀ, ଏହାର ଉତ୍ତର ତୁମେ ନିଜେ ଖୋଜ ।

Leave a Reply