ଭାରତ ବିରୋଧରେ ପାକିସ୍ତାନର ଆତଙ୍କୀ ପ୍ଲାନ, ବ୍ୟାପକ ହିଂସା ଓ ଅନୁପ୍ରବେଶ ଲାଗି ଯୋଜନା

1 min read

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନର ଆତଙ୍କୀ ପ୍ଲାନ । ଏନେଇ ଭାରତୀୟ ସେନା ପକ୍ଷରୁ ଜାରି ହୋଇଛି ୩୩ ପୃଷ୍ଠା ସମ୍ବଳିତ ରିପୋର୍ଟ । ଭାରତରେ ବ୍ୟାପକ ହିଂସା, ରକ୍ତପାତ ଘଟାଇବା ଲାଗି ପାକିସ୍ତାନ ଯୋଜନା କରୁଥିବା ନେଇ ରିପୋର୍ଟରେ ସ୍ଥାନୀତ ହୋଇଛି । ଭାରତ ବିରୋଧରେ ପାକିସ୍ତାନ ସେନା ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏପରିକି ଅଧିକ ଅନୁପ୍ରବେଶ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଖୋଦ୍ ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରିବା ଲାଗି ଯୋଜନା କରାଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ପାକ୍‌ ଭିତ୍ତିକ ଆତଙ୍କବାଦୀଙ୍କ ଦ୍ୱାରା ପୋଲିସ, ଶିକ୍ଷକ ଓ ବାହାର ରାଜ୍ୟର ଶ୍ରମିକଙ୍କୁ ଟାର୍ଗେଟ କରାଯାଉଛି ।

ଏହାସହ ଆତଙ୍କବାଦୀ ନେଟଓ୍ୱାର୍କରେ ଜାମ୍ମୁ ଓ କାଶ୍ମୀରର ଯୁବକମାନଙ୍କୁ ସାମିଲ କରିବା ଲାଗି ମଧ୍ୟ ଯୋଜନା କରାଯାଉଛି । ୨୦୨୦-୨୦୨୧ ମଧ୍ୟରେ ଭାରତରେ ଅନୁପ୍ରବେଶ ଲାଗି ୧୬ ଥର ଉଦ୍ୟମ କରାଯାଇଥିଲା । ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ଲାଗି ପାକିସ୍ତାନ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସେହିପରି କାଶ୍ମୀରରେ ଟାର୍ଗେଟ କିଲିଂ ଲାଗି ମାଷ୍ଟରପ୍ଲାନ କରାଯାଇଛି ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି ବୋଲି ରିପୋର୍ଟରେ ସ୍ଥାନ ପାଇଛି । ବିଶେଷ କରି ଅଣକାଶ୍ମୀରୀ ଶ୍ରମିକମାନଙ୍କୁ ଟାର୍ଗେଟ କରାଯାଉଥିବା ରିପୋର୍ଟରେ ଦର୍ଶାଯାଇଛି ।