spot_img

Latest Posts

ସିନେମାରେ RAW ଏଜେଣ୍ଟ ଭୂମିକାରେ ନଜର ଆସିବେ ସୀମା ହାଇଦର !

ନୂଆଦିଲ୍ଲୀ: ସିନେମାରେ RAW ଏଜେଣ୍ଟ ଭୂମିକାରେ ନଜର ଆସିବେ ସୀମା ହୈଦର। ଆଗାମୀ ଚଳଚ୍ଚିତ୍ର ‘ଏ ଟେଲର୍ ମର୍ଡର ଷ୍ଟୋରୀ’ ପାଇଁ ତାଙ୍କ ଅଡ଼ିସନ୍ ନିଆଯାଇଛି। ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ହାଉସ୍ ଦିଲ୍ଲୀ ଗ୍ରେଟର ନୋଏଡାରେ ସୀମା ହୈଦରଙ୍କୁ ଭେଟିଛି।

ପ୍ରେମ ପାଇଁ ସୀମା ଲଙ୍ଘି ଭାରତ ଆସିଥିବା ପାକିସ୍ତାନ ଯୁବତୀ ସୀମା ହୈଦରଙ୍କ ସାଥ୍ ଦେଉଛି ଭାଗ୍ୟ। ବେଆଇନ ଭାବେ ଭାରତ ଆସିଥିବାରୁ ତାଙ୍କୁ ଅନେକ ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କୁହାଯାଉଥିଲେ ମଧ୍ୟ ଏପରି କିଛି ହୋଇନାହିଁ। ବରଂ ତାଙ୍କ ସହ କିଛି ଭିନ୍ନ ହେଉଛି। ସୀମାଙ୍କୁ ବଲିଉଡ୍ ବ୍ରେକ୍ ପାଇଁ ଆସିଛି ଅଫର୍। ଏଥିପାଇଁ ନିର୍ଦ୍ଦେଶକ ଅଡ଼ିସନ୍ ମଧ୍ୟ ନେଇ ସାରିଥିବା କୁହାଯାଉଛି।

ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ହାଉସ୍ ଦିଲ୍ଲୀ ଗ୍ରେଟର ନୋଏଡ଼ାରେ ସୀମା ହୈଦରଙ୍କୁ ଭେଟିଛି। ଆଗାମୀ ଚଳଚ୍ଚିତ୍ର ‘ଏ ଟେଲର୍ ମର୍ଡର ଷ୍ଟୋରୀ’ ପାଇଁ ତାଙ୍କ ଅଡ଼ିସନ୍ ନିଆଯାଇଛି। ଉଦୟପୁର ଟେଲର କହ୍ନେୟା ଲାଲଙ୍କୁ ଇସଲାମିକ୍ କଟ୍ଟରପନ୍ଥୀ କରିଥିବା ହତ୍ୟା ମାମଲା ଉପରେ ଆଧାର କରି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଏଥିରେ ସୀମା ଜଣେ RAW (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍)ର ଏଜେଣ୍ଟ ଭାବେ ଅଭିନୟ କରିବେ। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଜୟନ୍ତ ସିହ୍ନା ଏବଂ ଭାରତ ସିଂହ ଏନେଇ ସୀମାଙ୍କ ସ୍ୱାମୀ ସଚିନଙ୍କୁ ମଧ୍ୟ ଭେଟିଛନ୍ତି।

ଅନଲାଇନ୍ ଗେମ୍ PUBG ମାଧ୍ୟମରେ ପାକିସ୍ତାନର ସୀମା ଉତ୍ତର ପ୍ରଦେଶର ସଚିନଙ୍କ ପ୍ରେମରେ ପଡ଼ିଥିଲେ। ସୀମାଙ୍କର ସ୍ୱାମୀ ଏବଂ ୪ ସନ୍ତାନ ଥିଲେ ମଧ୍ୟ ସେ ସଚିନଙ୍କ ପାଇଁ ଭାରତ ଚାଲି ଆସିଥିଲେ। ପାକିସ୍ତାନ ସହ ଭାରତର ‘ସୀମା’ ପ୍ରତିବନ୍ଧକ ଥିବାରୁ ସେ ନେପାଳ ଦେଇ ଭାରତ ପ୍ରବେଶ କରିଥିଲେ। ବେଆଇନ ଭାବେ ଭାରତ ପ୍ରବେଶ କାରଣରୁ ଉଭୟଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ପୋଲିସ ତାଙ୍କୁ ଆଇଏସଆଇ ସନ୍ଦିଗ୍ଧ ଭାବେ ମଧ୍ୟ ଖୋଳତାଡ କରୁଛି ।

ସଚିନଙ୍କ ପ୍ରେମରେ ପଡ଼ି ଚାରି ପିଲାଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଫିଲ୍ମ ସାଇନ୍ କରିଛନ୍ତି। ଖୁବ୍ ଶୀଘ୍ର ସେ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି। ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏକ ଦଳ ସୀମାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିବା ନେଇ ଚର୍ଚ୍ଚା ହେଉଛି।

Latest Posts

Don't Miss