ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା; ସତର୍କ କରାଇଲା ଗୁଇନ୍ଦା ଏଜେନ୍ସି

1 min read

ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା ରହିଛି। ଜମ୍ମୁ-କାଶ୍ମୀରରେ ବଡ଼ଧରଣର ହମଲା ନେଇ ଆତଙ୍କବାଦୀ ଯୋଜନା ହେବା ନେଇ ସୂଚନା ମିଳିଛି। ନିକଟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଓ ଆତଙ୍କବାଦୀ ସଂଗଠନ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

ମିଟିଂରେ ଭାରତରେ ବଡ଼ ଧରଣର ହମଲା କରିବା ପାଇଁ ଯାଜନା କରାଯାଇଛି। ଏନେଇ ଭାରତକୁ ସତର୍କ କରାଇଛି ଗୁଇନ୍ଦା ଏଜେନ୍ସି। ଭାରତୀୟ ଗୁଇନ୍ଦା ସଂସ୍ଥାର ସୂଚନା ମୁତାବକ, ୨୧ ସେପ୍ଟେମ୍ବରରେ POKର ମୁଜାଫରନଗରଠାରେ ISI ଏଜେଣ୍ଟ ଓ ଆତଙ୍କୀ ସଂଗଠନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଜାମ୍ମୁ-କାଶ୍ମୀରରେ ପୁଲୱାମା ଭଳି ହମଲା ପାଇଁ ଯୋଜନା ହୋଇଛି ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଘାଟିରେ ସାଧାରଣ ଲୋକଙ୍କୁ ଟାର୍ଗେଟ ଓ ହମଲା ପାଇଁ ଦାୟୀ କରିବାକୁ ନୂଆ ନୂଆ ଆତଙ୍କୀ ସଂଗଠନ ମଧ୍ୟ ଗଢ଼ାଯାଉଛି । ପୋଲିସ, ସୁରକ୍ଷାକର୍ମୀ ଓ ସୁରକ୍ଷାକର୍ମୀଙ୍କ ଖବରୀ ହିସାବରେ କାର୍ଯ୍ୟ କରୁଥିବା ସାଧାରଣ ନାଗରିକ ଏବଂ ଗୁଇନ୍ଦା ସଂସ୍ଥା କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ । ବୈଠକରେ ପ୍ରାଥମିକ ଭାବେ ୨ଶହ ଲୋକଙ୍କ ହିଟ୍ ଲିଷ୍ଟ ଜାରି କରାଯାଇଛି । ଏଥିରେ କେତେଜଣ କାଶ୍ମୀର ପଣ୍ଡିତଙ୍କ ନାମ ମଧ୍ୟ ରହିଛି ।

Leave a Reply