ଆହୁରି ଭୟଙ୍କର ହେବ ପାକିସ୍ତାନର ଆର୍ଥିକ ସ୍ଥିତି, ମାସେ ଭିତରେ ସହାୟତା ନମିଳିଲେ ଦେବାଳିଆ ହେବ ପଡ଼ୋଶୀ

ଇସଲାମାବାଦ: ଆଇଏମଏଫ ସହ ପାକିସ୍ତାନର ସହାୟତା ପାଇଁ ଆଲୋଚନା ଫେଲ୍ । ୧.୧ ବିଲିୟନ ଡଲାର ପାକିସ୍ତାନ ସହାୟତା ବାବଦରେ ଯେଉଁ ଆଲୋଚନା ଚାଲିଥିଲା ସେଥିରେ ଆଇଏମଏଫ ଅସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି । ଋଣଭାର ତଳେ ଥିବା ପାକିସ୍ତାନ ଏବେ ଶ୍ରୀଲଙ୍କା ଦଶା ଭୋଗିବାକୁ ଯାଉଛି । ଋଣ ସୁଝିବାରେ ଅସମର୍ଥ ହେବାରୁ ଆଇଏମଏଫ ଆଉ କୌଣସି ଋଣ ଦେବାକୁ ଚାହୁଁନି ବୋଲି ଜଣାପଡ଼ିଛି । ଏପଟେ ପାକିସ୍ତାନକୁ ତୁରନ୍ତ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆର୍ଥିକ ବିଶେଷଜ୍ଞ  । ସହାୟତା ମିଳିବାରେ ମାସେ ବି ବିଳମ୍ବ ସ୍ଥିତି ଅଣାୟତ ହୋଇପଡ଼ିବ ବୋଲି ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି  ।

ପାକିସ୍ତାନର ସ୍ଥିତି ଏବେ ସଙ୍ଗୀନ ଅଛି । ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବାରୁ ବନ୍ଦ ରହୁଛି । ଖାଦ୍ୟ ସାମଗ୍ରୀ ମଧ୍ୟବିତ୍ତ ବର୍ଗ ପାଇଁ କିଣିବା ଅସମ୍ଭବ ହୋଇପଡ଼ିଲାଣି । ଇଲେକ୍ଟ୍ରି ବିଲ୍‌ ମଧ୍ୟ ଦେଶରେ ବଢ଼ିଲାଣି । ଆଇଏମଏଫର ସର୍ତ୍ତ ଅନୁସାରେ ପାକିସ୍ତାନ କାମ କଲେ ଦେଶବାସୀଙ୍କ କର ବୋଝ ଅଧିକ ପଡ଼ିବ । ଯାହା ଦେଶବାସୀଙ୍କ ପାଇଁ ବହନ କରିବା ଅସମ୍ଭବ ହେବ ।