ବିଶ୍ବକପ ପାଇଁ ଆସିଥିଲେ, ପାକିସ୍ତାନୀ ମହିଳା ସାମ୍ବାଦିକାଙ୍କୁ ବାହାର କରିଦେଲେ..

1 min read

ନୂଆଦିଲ୍ଲୀ: ଭାରତରେ ବିଶ୍ବକପ ଅନୁଷ୍ଠିତ ହୋଇଯାଇଛି । ଖବର ସଂଗ୍ରହ ପାଇଁ ଭାରତ ଆସିଥିବା ପାକିସ୍ତାନୀ ସାମ୍ବାଦିକା ଜେନବ ଅବ୍ବାସଙ୍କୁ ବହିଷ୍କାର କରାଯାଇଛି । ସେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିଲେ । ହିନ୍ଦୁ ଦେବା ଦେବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏପରିକି ଅପମାନିତ କଲା କଲା ଭଳି ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଯାହାକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ଏହି ସାମ୍ବାଦିକା ଜଣକ ଦୁବାଇରେ ଅଛନ୍ତି । ପୂର୍ବରୁ ସେ ସୋସିଆଲ ମିଡିଆ ଟ୍ବିଟରରେ ହିନ୍ଦୁ ଦେବା ଦେବୀଙ୍କୁ ଅପମାନିତ କଲା ଭଳି ଲେଖା ପୋଷ୍ଟ କରିଥିଲେ । ଯାହାକୁ ଅନେକ ଭାରତୀୟମାନେ ନିନ୍ଦା କରିଥିଲେ । ଏପରିକି ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ । ୯ ବର୍ଷ ପୂର୍ବେ ସେ ଏଭଳି ଏକ ବିବାଦୀୟ ଟୁଇଟ କରିଥିଲେ । ଏବେ ସେ ତାଙ୍କ ପେଜକୁ ବଦଳାଇ ଦେଇଛନ୍ତି । ତେବେ ସେ ଭାରତ ଆସିଥିବାବେଳେ ତାଙ୍କୁ ବହିଷ୍କାର କରାଯାଇଛି ।

ଦିଲ୍ଲୀ ପୋଲିସର ସାଇବର ସେଲରେ ପାକିସ୍ତାନୀ ସାମ୍ବାଦିକାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ହିନ୍ଦୁଙ୍କ ଭାବାବେଗକୁ ଅପମାନିତ କରିଥିବାରୁ ଆଇପିସିର ଧାରା ୧୫୩ ଏ, ୨୯୫ ଏବଂ ୧୨୧ ଭଳି ଧାରା ଲାଗିଛି । ସେ ବିଶ୍ବକପରେ ଉପସ୍ଥାପନା କରିବା ପାଇଁ ଆସିଥିବାବେଳେ ଏହି ଧାରା ଲାଗୁ ହେବା ପରେ ସେ ହଟ୍ଟହଟା ହୋଇ ଫେରିଯିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ପୂର୍ବରୁ ମଧ୍ୟ ସେ ଭାରତୀୟ କ୍ରିକେଟ ଦଳକୁ ନେଇ ଏକ ବିବାଦୀୟ ଟୁଇଟ କରିଥିଲେ । ସେ ଲେଖିଥିଲେ କି, ଜନସଂଖ୍ୟା ବିଶିଷ୍ଟ ଦେଶରେ ଜଣେ ମଧ୍ୟ ଭଲ ଦୃତ ବୋଲର ନାହାନ୍ତି । ଏଭଳି ଅେନକ ସମୟରେ ବିବାଦୀୟ ଟୁଇଟ କରି ଭାରତକୁ ଟାର୍ଗେଟ କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ବାରଣ କରାଯାଇଛି ।