ଚର୍ଚ୍ଚାରେ ପାକିସ୍ତାନର ମହିଳା ନେତ୍ରୀ: ରୁପ ସୌନ୍ଦର୍ଯ୍ୟରେ କାଟିଦେବେ ହିରୋଇନଙ୍କୁ

ନୂଆଦିଲ୍ଲୀ: ଦିନ ଥିଲା କୁହାଯାଉଥିଲା ମହିଳାମାନେ କେବଳ ଘର ଏବଂ ପରିବାରର କାମ କରିବାକୁ ଜନ୍ମ ହୋଇଛନ୍ତି । କିନ୍ତୁ ଆଜିର ମହିଳା ଘର କ’ଣ ନିଜ ରାଜ୍ୟ ଏବଂ ଦେଶରୁ ବାହାରି ପୂରା ଦୁନିଆରେ ରାଜ୍ କଲେଣି । କ୍ରୀଡ଼ାଠୁ ଆରମ୍ଭ କରି ରାଜନୀତି ଯାଏ ସବୁ କ୍ଷେତ୍ରରେ ଏବେ ମହିଳାମାନେ ପୁରୁଷଙ୍କଠୁ ଆଗରେ ରହୁଛନ୍ତି ।

ଆମେ ଏ କଥା କହିବା ପଛରେ କାରଣ ହେଉଛନ୍ତି ଜଣେ ପାକିସ୍ତାନୀ ମହିଳା ।  ଯିଏକି ସୁନ୍ଦର ଏବଂ ଆକର୍ଷଣୀୟ ମଧ୍ୟ । ପାକିସ୍ତାନ ଭଳି ଦେଶ ଯେଉଁଠି ସବୁବେଳେ ନାରୀଙ୍କୁ ପୁରୁଷଙ୍କ ପଛରେ ରଖାଯାଏ ସେଇଠି ଏହି ମହିଳା ପୁରୁଷଙ୍କୁ ପଛରେ ପକାଇ ଦେଇଛନ୍ତି ।

ମହିଳାଙ୍କ ନାଁ ହେଉଛି ହିନା ରବାନୀ । ହିନା ଏବେ ପାକିସ୍ତାନର ପୁରୁଷଙ୍କୁ ପଛରେ ପକାଇ ରାଜନୀତିରେ ନିଜର ଏକ ସ୍ଥାନ ତିଆରି କରିପାରିଛନ୍ତି । ସେ ଏବେ ପାକିସ୍ତାନର ଲୋକପ୍ରିୟ ରାଜନେତା ।  ତାଙ୍କୁ ଲୋକେ କେବଳ ପାକିସ୍ତାନରେ ଜାଣି ନାହାନ୍ତି, ସେ ଦେଶ ବିଦେଶରେ ବି ବହୁ ପରିଚିତ ।

ଏବେ ସେ ସରିଫ ସରକାରରେ ମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ହିନା ୨୦୧୧ରୁ ୨୦୧୩ ଯାଏ ପାକିସ୍ତାନର ବିଦେଶ ମନ୍ତ୍ରୀ ଦାୟୀତ୍ବରେ ରହିଥିଲେ । ହିନା ପାକିସ୍ତାନର ପ୍ରଥମ ମହିଳା ନେତ୍ରୀ ଥିଲେ ଯାହାଙ୍କୁ ମନ୍ତ୍ରାଳୟର ଦାୟୀତ୍ବ ଦିଆଯାଇଥିଲା । କେବଳ ଏତିକି ନୁହେଁ ହିନା ହେଉଛନ୍ତି ମନ୍ତ୍ରାଳୟର କମ୍ ବୟସରେ କାର୍ଯ୍ୟଭାର ସମ୍ଭାଳିଥିବା ପ୍ରଥମ ମହିଳା ।

ଯେତେବେଳେ ହିନା ବିଦେଶ ମନ୍ତ୍ରୀ ଥିଲେ ସେତେବେଳେ ସେ ଭାରତ ମଧ୍ୟ ଆସିଥିଲେ । ସେତେବେଳେ ତାଙ୍କର ବୟସ ଏବଂ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ରାଜନେତା ସାଜି ସେ ଯେପରି ପୁରୁଷଙ୍କୁ ଟକ୍କର ଦେଉଛନ୍ତି ସେହିପରି ସେ ତାଙ୍କ ଦେଶର ଅଭିନେତ୍ରୀଙ୍କୁ ବି ପଛରେ ପକାଇ ଦିଅନ୍ତି ।

ସେ ସାଲଓ୍ବାର ସୁଟରେ ବି ବହୁତ ସୁନ୍ଦର ଦିଶନ୍ତି । ତାଙ୍କର ବେଶ ପୋଷାକଠୁ ଆରମ୍ଭ କରି କଥା କହିବା ଶୖଳୀ ସବୁବେଳେ ଚର୍ଚ୍ଚାରେ ଥାଏ ।