ପୂର୍ବତନ ପାକିସ୍ତାନୀ କ୍ରିକେଟର କହିଲେ ଆମ ଦଳ ହାରିଲେ ବି ଆଉ ଭାଙ୍ଗବନି ଟିଭି, କାରଣ ଜାଣିଲେ..

1 min read

ନନ୍ଦିଘୋଷ ବ୍ୟୁରୋ: ରବିବାର ଚାମ୍ପିୟନ୍ସ ଟ୍ରଫିରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବାକୁ ଯାଉଛି । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାକୁ ଯାଉଛି । ଯାହାକୁ ଦେଖିବା ପାଇଁ ବିଶ୍ବର କ୍ରିକେଟପ୍ରେମୀ ଚାହିଁ ବସିଛନ୍ତି । ତେବେ ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ପାକିସ୍ତାନରେ ଟିଭି ଭାଙ୍ଗିବା ଏକ ପରମ୍ପରା ହୋଇଥିବା କୁହାଯାଉଛି । ସାଧାରଣତଃ ୯୦ ଦଶକରେ ଏହା ଅଧିକ ଦେଖିବାକୁ ମିଳୁଥିଲା । ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଦାବି କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର । ପାକିସ୍ତାନର ପୂର୍ବତନ କ୍ରିକେଟର ବାସିଲ ଅଲ୍ଲୀ କହିଛନ୍ତି କି, ଏଥରକ ପାକିସ୍ତାନ ଭାରତଠାରୁ ହାରିଲେ କୌଣସି ଟିଭି ଭାଙ୍ଗିବ ନାହିଁ ।

ତେବେ ଏହି କିମ୍ବଦନ୍ତୀ କ୍ରିକେଟର ଏପରିକି କାହିଁକି ହେବ ନାହିଁ ଏହାର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଯେଉଁ କାରଣରୁ ଏଭଳି କୌଣସି ଟିଭି ଭାଙ୍ଗିବାର ଆଶଙ୍କା ନାହିଁ । ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏଭଳି କହିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ୟୁଜର୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।