ଇମ୍ରାନ ଖାନଙ୍କୁ ପୁଣି ବଡ଼ ଝଟକା, ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ

ଇସଲାମାବାଦ: ଇମ୍ରାନ ଖାନଙ୍କୁ ପୁଣି ବଡ଼ ଝଟକା । ତୋଷଖାନା ମାମଲାରେ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ । ଇସଲାମାବାଦ ସେସନ୍ସ କୋର୍ଟ କରିଛନ୍ତି ଦୋଷୀ ସାବ୍ୟସ୍ତ । ୨୦୧୮ରେ ରାଷ୍ଟ୍ରମୁଖ୍ୟ ଭାବେ ଇମ୍ରାନଙ୍କୁ ବହୁ ରାଷ୍ଟ୍ର ଓ ବୈଦେଶିକ ପଦାଧିକାରୀମାନେ ଅନେକ ଉପହାର ଦେଇଥିଲେ । ୨୦୧୮ରେ ପ୍ରଧାନମନ୍ତ୍ରୀ ଥିବାବେଳେ ଇମ୍ରାନଙ୍କୁ ପ୍ରାୟ ୧୫୪ ନିୟୁତ ଟଙ୍କାର ରତ୍ନଖଚିତ ଘଣ୍ଚା ଉପହାର ମିଳିଥିଲା । ତେବେ ସେଥିରୁ ୩ଟି ଦାମୀ ଘଣ୍ଟାକୁ ୩୬ ନିୟୁତ ଟଙ୍କାରେ ବିକ୍ରି କରିଦେଇଥିଲେ ଇମ୍ରାନ । ଏହା ସହ ଉପହାର ସମ୍ପର୍କରେ ଦେଇଥିଲେ ମିଥ୍ୟା ତଥ୍ୟ ।

ସେ ପାଇଥିବା ଉପହାର ମଧ୍ୟରେ ରହିଛି ଗ୍ରାଫ୍ଟ ରିଷ୍ଟଓ୍ବାଚ୍, ଦୁଇଟି କଫଲିଙ୍କ୍, ଏକ ଦାମୀ ପେନ୍, ୪ଟି ରୋଲେକ୍ସ ଘଡ଼ି ଇତ୍ୟାଦି । ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଉପହାର ମିଳେ ତାହାକୁ ସରକାରୀ ମାଲିକାନାଧୀନ ତୋଷଖାନାରେ ରଖାଯିବ । ତୋଷଖାନାରୁ ଏହି ଘଣ୍ଟାଗୁଡିକୁ କିଣିବା ଲାଗି ନିଜ ପକେଟ ମନି ବ୍ୟବହାର କରିବା କଥା । ମାତ୍ର ସେ ଘଣ୍ଟା ବିକ୍ରି ପରେ ପ୍ରତି ଘଣ୍ଟା ପିଛା ୨୦ ପ୍ରତିଶତ ଅର୍ଥ ଜମା ଦେଇଥିଲେ ।