କିଏ ସେହି ପାକିସ୍ତାନୀ ଯିଏ ବିଲ୍ ଗେଟ୍ସଙ୍କଠାରୁ ଠକି ନେଇଛି ୭୦୦ କୋଟି ଟଙ୍କା ?

1 min read

ନୂଆଦିଲ୍ଲୀ: ଠକାମୀର ଶିକାର ହେଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟସ । ଜଣେ ପାକିସ୍ତାନୀ ବ୍ୟକ୍ତି ବିଲ ଗେଟସଙ୍କ ପାଖରୁ ୭୦୦ କୋଟି ଟଙ୍କା ଠକିଛନ୍ତି । ଏହି ଦାବି ଏକ ପୁସ୍ତକରେ କରାଯାଇଛି । ‘The Key Man: The True Story of How The Global Elite was Duped by a Capitalist Fairy Tale’ ପୁସ୍ତକରେ ଦାବି କରାଯାଇଛି ଯେ ଆରିଫ୍ ନାକଭି ନାମକ ଜଣେ ପାକିସ୍ତାନୀ ବିଲ୍ ଗେଟ୍ସଙ୍କ ଠାରୁ ୭୪୧ କୋଟି ଟଙ୍କାର ଠକେି କରିଛନ୍ତି । ଏହି ପୁସ୍ତକଟିକୁ ସାଇମନ୍ କ୍ଲାର୍କ ଏବଂ ୱିଲ୍ ଲଚ୍ ଲେଖିଛନ୍ତି। ବହିରେ କୁହାଯାଇଥିଲା ଯେ ବାସ୍ତବରେ ଆରିଫ ନାକଭି ଜଣେ ‘ଠକ’ ଥିଲେ, ଯିଏ କୋଟିପଟିଙ୍କ ସମ୍ପତ୍ତି ହଡ଼ପ କରୁଥିଲେ।

ରିପୋର୍ଟ ଅନୁଯାୟୀ, ଆରିଫ ପାକିସ୍ତାନର ଏକ ଘରୋଇ ଇକ୍ୱିଟି ଫାର୍ମର ମୁଖ୍ୟ ଥିଲେ। ସେ ବିଭିନ୍ନ ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ଦୁନିଆର ନିବେଶକମାନଙ୍କ ପାଇଁ କାମ କରୁଥିଲେ । ଏହାରି ଭିତରେ ସେ ବିଲ୍ ଗେଟ୍ସଙ୍କ ସମେତ ଅନେକ ଧନୀ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଥିଲେ। ପରେ, ଏହି ସମ୍ପର୍କଗୁଡିକର ଫାଇଦା ଉଠାଇ ସେ ବିଲ୍ ଗେଟ୍ସଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିଥିଲେ।

ପୁସ୍ତକ ଅନୁଯାୟୀ, ଆରିଫ ନାକଭି ପ୍ରାୟ ୧୦୦ ମିଲିୟନ୍ ଡଲାରର ଅପବ୍ୟବହାର କରିଥିଲେ। ଏହି ରାଶିର ଅଧା ହିସାବ ମିଳିଲା ନାହିଁ । ଏହି ମାମଲାରେ ନାକଭି ଜେଲ ମଧ୍ୟ ଯାଇଥିଲେ । କାରଣ ତାଙ୍କର ଜଣେ କର୍ମଚାରୀ ଇ-ମେଲ ପଠାଇ ସମସ୍ତ ନିବେଶକଙ୍କୁ ସୂଚନା ଦେଇଥିଲେ।

କୁହାଯାଇଥିଲା ଯେ ଏକ ସମୟରେ ଆରିଫ ନାକଭିଙ୍କ ସ୍ଥିତି ଏତେ ବୃଦ୍ଧି ପାଇଥିଲା ଯେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ତାଙ୍କୁ ମୁସଲିମ ବ୍ୟବସାୟ ନେତାଙ୍କ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଥିଲେ। କେବଳ ଏତିକି ନୁହେଁ, ନାକଭିର ଏକ କମ୍ପାନୀରେ ଆମେରିକା ସରକାର ମଧ୍ୟ ଅନେକ ମିଲିୟନ ଡଲାର ବିନିଯୋଗ କରିଥିଲେ। ତେବେ ନାକଭି ନିଜେ ନିଜର ସମ୍ମାନ ବଢ଼ାଇବା ପାଇଁ ବଡ ଦାନ ଦେଇଥିଲେ। ବିଲ୍ ଏବଂ ମେଲିଣ୍ଡା ଗେଟ୍ସଙ୍କ ପରି ସେ ମଧ୍ୟ ନିଜର ‘ଅମନ୍ ଫାଉଣ୍ଡେସନ୍’ ସୃଷ୍ଟି କରିଥିଲେ

Leave a Reply