ହୃଦଘାତରେ ପୀଡ଼ିତ ପାକିସ୍ତାନୀ କ୍ୟାପଟେନଙ୍କ ଜୀବନ ବଂଚାଇଲେ ଭାରତୀୟ କୋଷ୍ଟଗାର୍ଡ଼
1 min readକାଶ୍ମୀର ବିବାଦକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କର ତିକ୍ତତା କାଲି ଥିଲା ଆଉ ଆଜି ବି ଅଛି । ନିକଟରେ ପାକିସ୍ତାନ କାଶ୍ମୀରକୁ ନେଇ ନୂଆ ମାନଚିତ୍ର ମଧ୍ୟ ଜାରି କରିଛି । ତେବେ ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ କିଛି କମ ହେଉନଥିବା ବେଳେ ଏବେ ସାମ୍ନାକୁ ଏଭଳି ଏକ ଖବର ଆସିଛି ଯାହା ଭାରତୀୟ ମାନବିକତାର ପରିଚୟ ସୃଷ୍ଟି କରିଛି । ଯାହା ପାକିସ୍ତାନର କିଛି ଲୋକଙ୍କ ହୃଦୟରେ ମଧ୍ୟ ସ୍ଥାନ ତିଆରି କରି ସାରିଛି ।
ବାସ୍ତବରେ ଭାରତର ଏକ ସମୂଦ୍ର କୂଳ ଅଞ୍ଚଳରେ ପାକିସ୍ତାନର ଜଣେ ପାଏଲଟଙ୍କୁ ହୃଦଘାତ ଆସିଲା । ଭାରତୀୟ ତଟରକ୍ଷକ ଦଳ ନା କେବଳ ସେ ଆଲର୍ଟ କରିବା ପରେ ଯାଇ ପହଂଚିଲେ ବରଂ ସେ ଏବେ ସଂପୂର୍ଣ ଭାବରେ ସୁସ୍ଥ ହୋଇ ଅଟାରି ଓ୍ୱାଘା ବର୍ଡ଼ର ଦେଇ ସେ ତାଙ୍କ ଘରକୁ ଫେରିଛନ୍ତି ।
Capt Badar Hasnain, a Pak national & master of vessel MV Haykal, suffered a heart stroke on 13 July while the vessel was en-route Gopalpur, Odisha. Indian Coast Guard responded to the request for immediate medical assistance for him & evacuated him to a hospital in Vizag: Sources
— ANI (@ANI) August 17, 2020
ଖବର ଅନୁସାରେ ପାକିସ୍ତାନୀ ନାଗରିକ ଏବଂ ଏମ.ଭି ହୟାକଲର କ୍ୟାପଟେନ ବନ୍ଦର ହସନ୍ୟାନଙ୍କୁ ୧୩ ଜୁଲାଇରେ ସେହି ସମୟରେ ହୃଦଘାତ ଆସିଲା, ଯେତେବେଳେ ତାଙ୍କ ଜାହାଜ ଓଡ଼ିଶାର ଗୋପାଳପୁର ରାସ୍ତାରେ ଥିଲା । ଭାରତୀୟ ତଟରକ୍ଷକ ଦଳ ତରଫରୁ ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ପ୍ରଦାନ କରାଗଲା । ଏହା ସହିତ ତାଙ୍କୁ ବିଶାଖାପାଟନାର ଏକ ହସ୍ପିଟାଲକୁ ପଠାଇଦେଲେ । ସୂଚନା ମୁତାବକ ପାଏଲଟଙ୍କ ଝିଅ ଭାରତ ସରକାରଙ୍କୁ ଖୁବ ପ୍ରଶଂସା କରିଛନ୍ତି ।