କ୍ଷମା ମାଗିଲେ ଶାହିନ ଆଫ୍ରିଦ; ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ମାରିଥିଲେ ବଲ

1 min read

ଢ଼ାକା: ଟି-୨୦ ବିଶ୍ବକପ ପରଠାରୁ ଲଗାତର ଭାବରେ ଚର୍ଚ୍ଚାରେ ରହିଛି ପାକିସ୍ତାନ । ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲା ପାକିସ୍ତାନ । କିନ୍ତୁ ବିଶ୍ବକପ ଜିତି ପାରିନଥିଲା ପାକିସ୍ତାନ । ବିଶ୍ବକପ ପରେ ଏବେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ବାଂଲାଦେଶ ଯାଇଛି ପାକିସ୍ତାନ । ତେବେ ବାଂଲାଦେଶରେ ଅଭ୍ୟାସ କରୁଥିବା ସମୟରେ ପାକିସ୍ତାନ ତାଙ୍କ ଜାତୀୟ ପତାକା ଲଗାଇ ଚର୍ଚ୍ଚାରେ ରହିଥିଲା । ତେବେ ଏବେ ପାକିସ୍ତାନୀ ବୋଲର ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ବଲ ମାରି ଚର୍ଚ୍ଚାରେ ରହିଛନ୍ତି ।

ଶନିବାର ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିଲା ଦ୍ବିତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚକୁ ପାକିସ୍ତାନ ୮ ଓ୍ବିକେଟରେ ନିଜ ନାମରେ କରିଥିଲା । କିନ୍ତୁ ଏହି ମ୍ୟାଚରେ ଏମିତି ଏକ ଘଟଣା ଘଟିଥିଲା ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଶନିବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଶାହିନ ଆଫ୍ରିଦଙ୍କ ବଲରେ ଛକା ମାରିଥିଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ ଆଫିଫ୍ ହୁସେନ । ତେବେ ଆଫିଫ୍ ଛକା ମାରିବା ପରେ ଆଫିଫଙ୍କ ଉପରେ ରାଗିଯାଇଥିଲେ ଶାହିନ ଆଫ୍ରିଦ୍ । ଏହାର ପରବର୍ତ୍ତୀ ବଲରେ ଯେତେବେଳେ ଆଫିଫ୍ ଶାହିନଙ୍କ ବଲକୁ ଡିଫେନ୍ସ କରିଥିଲେ । ତେବେ ଏହି ସମୟରେ ଶାହିନ ଆଫ୍ରିଦ୍ ତୁରନ୍ତ ବଲକୁ ଧରି ବ୍ୟାଟ୍ସମାନ ଆଫିଫଙ୍କୁ ମାରିଥିଲେ । ବଲ ଆଫିଫଙ୍କ ଗୋଡରେ ବାଜିଥିଲା ଯାହା ଫଳରେ ସେ କ୍ରିଜରେ ହିଁ ପଡ଼ିଯାଇଥିଲେ ।

ଏହି ଘଟଣା ପରେ ପାକିସ୍ତାନ ଫିଲ୍ଡର ଓ ଶାହିନ ଆଫ୍ରିଦ୍ ଆଫିଫଙ୍କ ପାଖକୁ ଆସିଥିଲେ ଏବଂ ଆଫିଫଙ୍କୁ କ୍ଷମା ମାଗିଥିଲେ ଆଫ୍ରିଦ୍ । ତେବେ ଶାହିନ ଆଫ୍ରିଦ୍ ପଡ଼ିଆ ମଧ୍ୟରେ କ୍ଷମା ମାଗିଥିଲେ ଏବଂ ମ୍ୟାଚ ପରେ ମଧ୍ୟ ଶାହିନ ଆଫିଫଙ୍କ ପାଖକୁ ଆସି କ୍ଷମା ମଗିଥିଲେ । ଯାହାର ଭିଡିଓ ପାକିସ୍ତାନ କ୍ରିକେଟ ବୋର୍ଡ ଟୁଇଟରରେ ସେୟାର କରିଛନ୍ତି ।

Leave a Reply