ସୁଟିଂ ସମୟର ଭିଡିଓ ସେୟାର କଲେ ପାକିସ୍ତାନୀ ଅଭିନେତ୍ରୀ, ୟୁଜର୍ସ କହିଲେ..

ମୁମ୍ବାଇ: ଦର୍ଶକମାନେ ଅଢ଼େଇ ଘଣ୍ଟା ଏବଂ ୩ ଘଣ୍ଟା ମଧ୍ୟରେ ଫିଲ୍ମ ଦେଖି ହିଟ୍ ଫ୍ଲପକୁ ନେଇ ଯୁକ୍ତି ବାଢ଼ୁଛେ । ମାତ୍ର ଫିଲ୍ମ ସୁଟିଂ ପାଇଁ ଅଭିନେତା ଅଭିନେତ୍ରୀମାନେ ବହୁ କଷ୍ଟ କରନ୍ତି । ତେବେ ପାକିସ୍ତାନୀ ଅଭିନେତ୍ରୀ ଆୟେଜା ଏଭଳି ଏକ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସୁଟିଂ ସମୟରେ କମ୍ବଳରେ ନିଆଁ ଲାଗିଥିବାବେଳେ ସେ ଏହାକୁ ଫିଙ୍ଗୁଛନ୍ତି । ଆଉ ନିଆଁ ତାଙ୍କ ଗୋଡ଼ ପାଖରେ ପଡ଼ୁଥିବାବେଳେ ସେ ଡେଇଁ ପଡ଼ିଛନ୍ତି । ଆଉ ଏହି ଭିଡିଓ ସହ କ୍ୟାପସନରେ ସେ ଲେଖିଛନ୍ତି କି, ଅଭିନେତା କିମ୍ବା ଅଭିନେତ୍ରୀ ହେବା ସହଜ ନୁହେଁ । ବହୁ କଷ୍ଟ କରିବାକୁ ପଡ଼ିଥାଏ । ଜୀବନ ସହ ଖେଳିବାକୁ ମଧ୍ୟ ପଡ଼ିଥାଏ । ବେଳେବେଳେ ସେଟରେ ବହୁ ଅପ୍ରତ୍ୟାଶିତ ଘଟଣାମାନ ଘଟିଥାଏ ।

ତେବେ ଅଭିନେତ୍ରୀ ଜଣକ ଏହି ପୋଷ୍ଟ କରିଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ମଜାଳିଆ କମେଣ୍ଟ ସାଙ୍ଗକୁ ଟ୍ରୋଲ କରିଛନ୍ତି କିଛି ଫ୍ୟାନ୍ସ । ଜଣେ ୟୁଜର୍ସ ଲେଖିଛନ୍ତି କି, ଏହା କିଛି ବଡ଼ କଥା ନୁହଁ । ଏଭଳି ବଡ଼ ବଡ଼ ଘଟଣାମାନ ଘଟିଛି । ଏହା ବଡ଼ ଅଗ୍ନିକାଣ୍ଡ ନୁହେଁ । ବଲିଉଡରେ ଆମର ଏଭଳି ବଡ଼ ବଡ଼ ଘଟଣା ଘଟୁଛି । ଆମ ଅଭିନେତାମାନେ ଷ୍ଟଣ୍ଡ ଦେବା ସହ ଜୀବନକୁ ମଧ୍ୟ ବାଜି ଲଗାଉଛନ୍ତି ବୋଲି ଭାରତୀୟ ୟୁଜର୍ସମାନେ କମେଣ୍ଟମାନ ଦେଇଛନ୍ତି ।