ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ସାରାରାତି ବିଭିନ୍ନ ସ୍ଥାନରେ ଗୁଳିମାଡ଼
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସୀମାରେ ଆଜି ପୁଣି ପାକିସ୍ତାନର ଗୁଳିମାଡ଼ । ଲଗାତାର ପଞ୍ଚମ ଦିନ ଲାଗି ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା । ଅଖନୁର ସେକ୍ଟରରେ ପାକ ସେନା ପକ୍ଷରୁ ଜୋରଦାର ଗୁଳିମାଡ଼ କରାଯାଉଛି । ପାକ୍ ସେନାକୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । ରାତି ତମାମ ଚାଲିଛି ଫାୟାରିଂ । ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାରେ ଲଗାତାର ପଞ୍ଚମ ରାତି ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ।
ଗତ ମଙ୍ଗଳବାର ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହେବା ପରେ ଭାରତ ଏବଂ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ପୁଲୱାମା ଘଟଣା ପରେ ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ସହ ଜଡିତ ଆତଙ୍କୀ ସଂଗଠନ ଟିଆରଏଫର ଭୂମିକା ସାମ୍ନାକୁ ଆସିଛି । ଏହାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଛି ।
Pakistan violates LoC ceasefire for fifth consecutive night; Indian Army responds