spot_img

Latest Posts

ଚୀନ୍‌ ଠାରୁ ପାକ୍ ଆଣିବ ୪ଟି ଆଧୁନିକ ଯୁଦ୍ଧପୋତ ଓ ୮ଟି ବୁଡ଼ାଜାହାଜ

ନୂଆଦିଲ୍ଲୀ: ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ଚୀନ୍‌ ଠାରୁ ଆଣିବ ୪ଟି ଆଧୁନିକ ଯୁଦ୍ଧପୋତ ଓ ୮ଟି ବୁଡ଼ାଜାହାଜ। ଏନେଇ ପାକିସ୍ତାନ ନୌସେନା ମୁଖ୍ୟ ସୂଚନା ଦେଇଛନ୍ତି। ପାକିସ୍ତାନ ନୌସେନା ପାଇଁ ଜାନୁଆରି ୨୯ ତାରିଖ ଦିନ ଚୀନ ଦ୍ୱିତୀୟ ଟାଇପ୍‌ ୦୫୪ ଏପି ବହୁମୁଖୀ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତ ନିର୍ମାଣ ଆରମ୍ଭ କରିଛି।

ଏହି ଗାଇଡେଡ୍‌ ମିସାଇଲ୍‌  ଯୁଦ୍ଧପୋତ ହେଉଛି ଚାଇନା ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି ବା ପିଏଲଏ ନୌସେନାର ମେରୁଦଣ୍ଡ। ଚାଇନା ପାଖରେ ଏପରି ୩୦ଟି ଯୁଦ୍ଧପୋତ ରହିଛି। ଚୀନ ନୌସେନା ବିଶେଷଜ୍ଞମାନେ କହନ୍ତି, ଟାଇପ୍‌ ୦୫୪୧ ଉପରେ ଆଧାରିତ ଟାଇପ୍‌ ୦୫୪ ଏପି  ହେଉଛି ବିକଶିତ ରାଡାର୍‌ ସିଷ୍ଟମ୍‌ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପଣ ବ୍ୟବସ୍ଥା ଥିବା ସବୁଠୁ ଉନ୍ନତ ଯୁଦ୍ଧପୋତ।

ସୂଚନାଯୋଗ୍ୟ, ୨୦୧୭ରେ ପାକିସ୍ତାନ ନୌସେନା ୪ଟି ଟାଇପ୍‌ ୦୫୪ ଏପି ଯୁଦ୍ଧପୋତ ନିର୍ମାଣ କରିବା ଲାଗି ଚୀନ୍‌ ସହ ଚୁକ୍ତି କରିଥିଲା। ପରେ ଚୀନ ୨୦୨୦ ଅଗଷ୍ଟରେ ପ୍ରଥମ ଯୁଦ୍ଧପୋତର ନିର୍ମାଣ ଆରମ୍ଭ କରିଥିଲା । ତେବେ ଏହାସହ ଆଧୁନିକ ହେଲିକପ୍ଟର୍‌ ଏବଂ ଗଭୀର ଜଳରାଶି ମଧ୍ୟରେ ରହି ଯୁଦ୍ଧ କରିବା ଭଳି ବୁଡ଼ାଜାହାଜ ମଧ୍ୟ କିଣାଯିବ ବୋଲି ପାକିସ୍ତାନ କହିଛି ।

Latest Posts

Don't Miss