ଅନାସ୍ଥା ପ୍ରସ୍ତାବ ଖାରଜ ରୁଲିଂ ବେଆଇନ୍, ୯ରେ ହେବ ଭୋଟିଂ

1 min read
Pakistan Supreme Court Orders Voting On No Confidence Motion Imran Khan

ଇସଲାମାବାଦ: ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ଼ ଫଇସଲା, ଇମ୍ରାନଙ୍କୁ ଝଟକା । ଭଙ୍ଗ ହେବନି ପାକିସ୍ତାନ ନ୍ୟାସନାଲ ଆସେମ୍ବଲି । ସଂସଦର ଉପାଧ୍ୟକ୍ଷ ଏପ୍ରିଲ୍ ୩ରେ ଦେଇଥିବା ନିଷ୍ପତ୍ତି ବେଆଇନ୍ । ଆସନ୍ତା ୯ ତାରିଖ ସକାଳ ୧୦ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ସଂସଦ ଅଧ୍ୟକ୍ଷ ଅସଦ କ୍ୱାସିରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୯ ତାରିଖ ରାତି ସୁଦ୍ଧା ଭୋଟିଂ ସାରିବାକୁ କୁହାଯାଉଛି ।

ଏଥିସହ ପଢ଼ନ୍ତୁ: ରାୟ ପୂର୍ବରୁ ହାତାହାତି, ସୁପ୍ରିମକୋର୍ଟ ବାହାରେ ଓକିଲ-ପୋଲିସ ଖଣ୍ଡଯୁଦ୍ଧ

ଏପ୍ରିଲ୍ ୩ରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଦେଶୀ ଷଡ଼ଯନ୍ତ୍ର ଦର୍ଶାଇ ଡେପୁଟି ସ୍ପିକର ଖାରଜ କରି ଦେଇଥିଲେ । ଯାହାକୁ ବିରୋଧ କରି ବିରୋଧୀ ସୁପ୍ରିମକୋର୍ଟ ଯାଇଥିଲେ । ଯାହା ଉପରେ ସୁପ୍ରମିକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯିବ । ଯଦି ଅନାସ୍ଥା ପ୍ରସ୍ତାବ ସଫଳ ହୁଏ ତ ନୂଆ ପ୍ରଧାନମନ୍ତ୍ରୀ ବଛାଯିବ ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି । ଡେପୁଟି ସ୍ପିକର ଦେଇଥିବା ରୁଲିଂ ସମ୍ବିଧାନର ଅନୁଚ୍ଛେଦ ୯୫ର ଉଲ୍ଲଂଘନ କରୁଥିବା କୋର୍ଟ କହିବା ସହ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଛନ୍ତି ।

Pakistan Supreme Court Orders Voting On No Confidence Motion Imran Khan

ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠର ରାୟ ଆସିବା ପୂର୍ବରୁ ଇମ୍ରାନ ଖାନ କହିଥିଲେ, କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ମୁଁ ଓ ମୋ ଦଳ ମାନିବ । ରାୟକୁ ନେଇ  ପାକିସ୍ତାନ ସୁପ୍ରିମକୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା । ବିପୁଳ ସୁରକ୍ଷା କର୍ମୀ ମୁତୟନ କରାଯାଇଥିବା ବେଳେ କୋର୍ଟ ବାହାରେ ଓକିଲ ଓ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା ।