ତାଲିବାନକୁ ସମର୍ଥନ କରୁଥିବା ପାକିସ୍ତାନ ଉପରେ ନଜର ରଖିବୁ: ବୈଦେଶିକ ସଚିବ

1 min read

ୱାଶିଂଟନ୍: ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଆମେରିକା ଓ ଭାରତ ନଜର ରଖିଛନ୍ତି। ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଏଭଳି କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଗଳା। ଏଥିସହ କହିଛନ୍ତି, ତାଲିବାନକୁ ସମର୍ଥନ କରିଛି ଆଫଗାନିସ୍ତାନର ପଡୋଶୀ ପାକିସ୍ତାନ । ଏମିତି ଅନେକ କଥା ରହିଛି ଯେଉଁଥିରେ ପାକିସ୍ତାନ ତାଲିବାନକୁ ସାହାର୍ଯ୍ୟ କରିଛି । ଯାହାକୁ ଦୃଷ୍ଟିରେ ପାକିସ୍ତାନର ଭୂମିକା ଉପରେ ନଜର ରଖିବାକୁ ପଡିବ ।

ସେହିପରି ଆଫଗାନିସ୍ତାନରେ ସରକାର ଗଠନ ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ କହୁଥିବା ତାଲିବାନକୁ କଡା ଜବାବ ଦେଇଛି ଭାରତ। କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଶୁକ୍ରବାର ଦିନ କହିଛନ୍ତି ଯେ ଭାରତ ସମ୍ବିଧାନର ପାଳନ କରୁଛି । ଏଠି ମସଜିଦରେ ପ୍ରାର୍ଥନା କରୁଥିବା ଲୋକଙ୍କ ଉପରେ ଗୁଳିମାଡ କିମ୍ବା ବୋମା ମାଡ କରାଯାଏ ନାହିଁ । ଆଉ ଏଠି ଝିଅ ମାନଙ୍କ ପାଠପଢା ଉପରେ ମଧ୍ୟ ଅଙ୍କୁଶ ଲଗାଯାଏ ନାହିଁ ।

ନିକଟରେ ତାଲିବାନ କହିଥିଲା, ସାରା ଦୁନିଆର ମୁସଲମାନଙ୍କ ପାଇଁ ଆବାଜ୍ ଉଠାଇବା ତାଲିବାନର ହକ୍ । ଯାହା ଉପରେ ନକଭି କହିଥିଲେ ଭାରତରେ ରହୁଥିବା ମୁସଲମାନଙ୍କ କଥା ସେମାନଙ୍କର ଚିନ୍ତା କରିବା ଦରକାର ନାହିଁ ।

କେବଳ ଏତିକି ନୁହେଁ ଆଫଗାନିସ୍ତାନର ପୂର୍ବତନ ସରକାର ଓ ଆମେରିକାର ହତିଆର ଉପରେ କବଜା କରିବା ପରେ ତାଲିବାନ ଏବେ ସେମାନଙ୍କ ସିକ୍ରେଟ୍ ଜାଣିବାକୁ ଚାହୁଁଛି । ଯେଉଁଥିପାଇଁ ସେମାନେ ଆଫଗାନିସ୍ତାନର ଅସରଫ୍ ଗନି ସରକାରର ଇ-ମେଲ୍ ଆସେସ୍ କରିବାକୁ ଚେଷ୍ଟା କରୁଛି ।

ଯାହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ମଧ୍ୟ ଆଫଗାନିସ୍ତାନ ସରକାରର ଅନେକ ଇ-ମେଲ୍ ଆକାଉଣ୍ଟକୁ ଅସ୍ଥାୟୀ ଭାବେ  ବ୍ଲକ୍ କରିଦେଇଥିବା ସୁତ୍ରରୁ ପ୍ରକାଶ।

Leave a Reply