ପାକିସ୍ତାନର ରାଷ୍ଟ୍ରପତି ଭବନରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ମହିଳା, କାର୍ଯ୍ୟକର୍ତ୍ତାଙ୍କ ସହ ହେଲା ଏମିତି…

ଇସଲାମାବାଦ: ପାକିସ୍ତାନର ରାଷ୍ଟ୍ରପତି ଭବନରେ ମଧ୍ୟ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ମହିଳା କାର୍ଯ୍ୟକର୍ତ୍ତା ମାରିଆ ଇକବାଲ ତରାନା ସୋମବାର ଦିନ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ରାଷ୍ଟ୍ରିୟ ଭବନରେ ଅଧିକାରୀମାନେ ହଇରାଣ କରିଛନ୍ତି । ତରାନା ଟ୍ୱିଟ୍ କରି କହିଛନ୍ତି ଯେ, ସେ ଏକ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନ ଯାଇଥିଲେ, ଯେଉଁଠାରେ ତାଙ୍କୁ କର୍ମଚାରୀମାନେ ହଇରାଣ କରିଛନ୍ତି ।

ତରାନା ପାକିସ୍ତାନର ଖୁବ୍ ଜଣାଶୁଣା ଚେହେରା

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ମାରିଆ ଇକବାଲ ତରାନା ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ସଂଗଠନର ପ୍ରତିଷ୍ଠାତା। ଏହା ବ୍ୟତୀତ ସେ ପାକିସ୍ତାନ ଅଧିକୃତ କାଶ୍ମୀରରେ ମହିଳାମାନଙ୍କ ସ୍ଥିତି, କାଶ୍ମୀର ପାଇଁ ଯୁବ ଫୋରମ୍ ଏବଂ ପିପୁଲସ କମିଶନ ଫର୍ ମାଇନରିଟି ଅଧିକରାର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ।

ରାଷ୍ଟ୍ରପତି ଭବନର ଅଧିକାରୀ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ

ତାରାନା ପ୍ରକାଶ କରିଛନ୍ତି ଯେ, ଏକ କାର୍ଯ୍ୟକ୍ରମ ସଂପର୍କରେ ତାଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରାଯାଇଥିଲା । ଯେତେବେଳେ ସେ ରାଷ୍ଟ୍ରିପତି ଭବନରେ ପହଞ୍ଚିଲେ, ଜଣେ ଅଧିକାରୀ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଇଥିଲେ । ଯେତେବେଳେ ସେ ମନା କରିଥିଲେ, ସେତେବେଳେ ଅଧିକାରୀ କହିଥିଲେ ଯେ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ। ଆପଣ ଏଠାରୁ ଚାଲିଯାଆନ୍ତୁ ।

ତରାନା ଅଧିକାରୀଙ୍କ ନାଁ ମଧ୍ୟ କହିଛନ୍ତି

ତାରାନା ଏହି ଘଟଣାର ତଦନ୍ତ ପାଇଁ ଦାବି କରିବା ସହ ଅଭିଯୁକ୍ତଙ୍କ ନାଁ ନେଇଥିଲେ । ସେ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଏମିତି ବ୍ୟବହାର କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଷ୍ଟ୍ରପତି ଭବନର ମୁଖ୍ୟ ପ୍ରୋଟୋକଲ ଅଫିସର ଅଫାକ ଅହମ୍ମଦ । ତରାନା ଲେଖିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯିବା ଉଚିତ୍।

ପୂର୍ବରୁ ପାକିସ୍ତାନୀ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ ଆସିଛି

ପାକିସ୍ତାନର ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ବ୍ୟୁରୋକ୍ରେଟସ କିମ୍ବା ରାଜନେତାଙ୍କ ଉପରେ ମହିଳାମାନଙ୍କ ଏମିତି ଅଭିଯୋଗ ଆଣିଛନ୍ତି । ଏହାପୂର୍ବରୁ ଆମେରିକୀୟ ମହିଳା ସିନ୍ଥିଆ ଡି ରିଚି ମଧ୍ୟ ପିପିପିର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରେହମାନ ମଲିକଙ୍କ ନାଁରେ ୨୦୧୧ରେ ବଳାତ୍କାର ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଭିଜା ବଢାଇବାକୁ ସେ ରହମାନଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟ ହିଁ ତାଙ୍କୁ ବଳତ୍କାର କରାଯାଇଥିଲା ।

Leave a Reply