spot_img

Latest Posts

ବିପଦରେ ଥିବା ବିମାନକୁ ଏୟାରସ୍ପେସ ଦେଲାନି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ:  ପାକିସ୍ତାନ ସରକାରଙ୍କ ନାହିଁ ମାନବିକତା। ବିପଦରେ ପଡିଥିବା ବିମାନକୁ ନିଜର ଏୟାରସ୍ପେସ ବ୍ୟବହାର କରିବାକୁ ଦେଲାନି ପାକିସ୍ତାନ। ଭାରତର ଇଣ୍ଡିଗୋ ବିମାନକୁ ଏୟାରସ୍ପେସ ବ୍ୟବହାର କରିବାକୁ ଦେଲାନି ପାକିସ୍ତାନ।

ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ଆକାଶରେ ପ୍ରବଳ କୁଆପଥର ମାଡ଼ର ଶିକାର ହୋଇଥିଲା। ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ । କୁଆପଥର ମାଡ଼ରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଲୋକଙ୍କ ଭୟ ଏଡ଼ାଇବାକୁ ପାକିସ୍ତାନର ଲାହୋର ଏୟାରଟ୍ରାଫିକକୁ ଏୟାରସ୍ପେସ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ଇଣ୍ଡିଗୋ ବିମାନର ପାଇଲଟ। ବିମାନରେ ୨୨୭ ଯାତ୍ରୀ ଥିବାରୁ ସେମାନଙ୍କର ସୁରକ୍ଷା ନେଇ ବିମାନକୁ ପାକିସ୍ତାନର ଆକାଶରେ କିଛି ସମୟ ରଖିବାକୁ ଚାହୁଁଥିଲେ ପାଇଲଟ। ତେବେ ଏହି ଅନୁମତି ଦେଇନଥିଲା ପାକିସ୍ତାନ। ବିମାନର ସାମନା ପଟ କ୍ଷତିଗ୍ରସ୍ତ ହୋଇଥିଲା। ଏସବୁ ବାଧାବିଘ୍ନ ସତ୍ଵେ ଶେଷରେ ବିମାନ ଶ୍ରୀନଗର ବିମାନ ବନ୍ଦରରେ ଓହ୍ଲାଇଥିଲେ।

ବିମାନଟି ଏତେ କ୍ଷତିଗ୍ରସ୍ତ ହୋଇଥିଲା ଯେ ବିମାନ କମ୍ପାନୀ ଏହାକୁ ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ ଘୋଷଣା କରି ଜରୁରୀ ମରାମତି ପାଇଁ ଏହାକୁ ପଠାଇଥିଲେ।\

Latest Posts

Don't Miss