ଟି-୨୦ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ
1 min readଆଡିଲେଡ: ଅଷ୍ଟ୍ରେଲିଆରେ ଜାରି ରହିଥିବା ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ପାକିସ୍ତାନ । ଗ୍ରୁପ୍-୨ରୁ ଭାରତ ପରେ ଦ୍ୱିତୀୟ ଦଳ ଭାବରେ ପାକିସ୍ତାନ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିଛି । ବାଂଲାଦେଶକୁ ୫ ଓ୍ୱିକେଟରେ ପରାସ୍ତ କରି ସେମିରେ ପହଞ୍ଚିଛି ପାକ୍ ।
ଆଜି ସୁପର-୧୨ର ଗ୍ରୁପ-୨ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ବାଂଲାଦେଶ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ବାଂଲାଦେଶର ଏହି ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲା ପାକିସ୍ତାନ । ପାକିସ୍ତାନ ବୋଲିଂ ଲାଇନ ଆଗରେ ଅଧିକ ରନ କରିପାରିନଥିଲା ବାଂଲାଦେଶ । ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୨୭ ରନ କରିପାରିଥିଲା ବାଂଲାଦେଶ । ତେବେ ଏହାର ଜବାବରେ ପାକିସ୍ତାନ ଏହି ଲକ୍ଷ୍ୟକୁ ୫ ଓ୍ୱିକେଟରେ ହାସଲ କରିଥିଲା । ଯାହାଫଳରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଦଳ । ତେବେ ଗ୍ରୁପ୍-୨ରୁ ଭାରତ, ପାକିସ୍ତାନ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିବାବେଳେ ଗ୍ରୁପ-୧ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ।