ଆର୍ଥିକ ସଂକଟ: ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ

1 min read

ଇସଲାମାବାଦ: ଆର୍ଥିକ ସଙ୍କଟର ଶିକାର ହୋଇଛି ପାକିସ୍ତାନ । ଏଣିକି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ାରେ ଦିଆଯିବ । ଇସଲାମବାଦର ରେଡ ଜୋନରେ ଥିବା ଏହି ବିଶାଳ କୋଠାକୁ ଭଡ଼ାରେ ଦିଆଯିବା ନେଇ ପାକିସ୍ତାନ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଗୁରୁତର ଆର୍ଥିକ ସଂକଟରେ ଜାତୀୟ ରାଜକୋଷ ରହିଥିବାବେଳେ ଏଥିରୁ ମୁକ୍ତି ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଆବାସ କେବଳ ସାଂସ୍କୃତିକ, ଫେସନ, ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ଲାଗି ଭଡା ଦିଆଯିବ । ଏହି କୋଠାରେ ନିର୍ଦ୍ଧାରିତ ଶୃଙ୍ଖଳା ଓ ନିୟମ କାର୍ଯ୍ୟକାରୀ ହେବ ଏବଂ କୌଣସି ପ୍ରକାର ଢାଞ୍ଚାଗତ ପରିବର୍ତ୍ତନକୁ ଅନୁମତି ଦିଆଯିବ ନାହିଁ । ପୂର୍ବରୁ ସରକାର ବି ଘୋଷଣା କରିଥିଲେ ଖର୍ଚ୍ଚକାଟ ନିୟମ ଅନୁସାରେ ଗଭର୍ଣ୍ଣର ହାଉସରେ ବି ଗଭର୍ଣ୍ଣର ରହିବେ ନାହିଁ । ବିପୁଳ ଖର୍ଚ୍ଚ ରୋକିବା ସହ ଏଥିରୁ ଆଦାୟ ଭଡ଼ା ଜନକଲ୍ୟାଣ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଏବେ ସରକାରୀ ବାସଭବନ ବଦଳରେ ବାନି ଗାଲା ସ୍ଥିତ ତାଙ୍କ ବାସଭବନରେ ରହୁଛନ୍ତି ।

ଏଥିସହିତ ପଢ଼ନ୍ତୁ: Tokyo Olympics 2020: ଜାଭେଲିନ୍ ଥ୍ରୋ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

Leave a Reply