ପଞ୍ଜାବ ମୁଖ୍ୟମନ୍ତ୍ରୀ ଉସମାନ ବଜଦାର ଓ ଗୃହନିର୍ମାଣ ମନ୍ତ୍ରୀ ତାରିକ ବାସିରଙ୍କ ଇସ୍ତଫା

1 min read

ଇସଲମାବାଦ: ପାକିସ୍ତାନ ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡା । ଦିନ ବଢିବା ସହ ଅଧିକ ଜଟିଳ ହେଉଛି ପାକିସ୍ତାନ ରାଜନୀତି । ଏବେ ଧିରେ ଧିରେ ଛୁଟିଛି ଇସ୍ତଫାର ସୁଅ । ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ପାକିସ୍ତାନ-ତେହରିକ-ଇ-ଇନସାଫ ସଦସ୍ୟ ଉସମାନ ବଜାଦାର ଓ ଗୃହ ନିର୍ମାଣମନ୍ତ୍ରୀ ତଥା ସହଯୋଗୀ ପାକିସ୍ତାନ ମୁସଲିମ ଲିଗ କ୍ୟାଦର ନେତା ତାରିକ ବାସିର ସୀମା ଇସ୍ତଫା ଦେଇଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ପାକ୍ ସଂସଦରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ । ବିରୋଧୀ ଦଳ ନେତା  ତଥା ପିଏମଏଲ-ଏନ୍ ସଭାପତି ଶେହବାଜ ସରିଫଙ୍କ ଦ୍ବାରା ଏହି ପ୍ରସ୍ତାବ ଆଗତ ହୋଇଛି । ଗତ ୨୫ ତାରିଖରେ ସଂସଦ ଅଧିବେଶନ ଆହୂତ ହୋଇଥିବାବେଳେ ଏହାର ତିନି ଦିନ ପରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଅନାସ୍ଥା ପ୍ରସ୍ତାବ ଆଗତ ହେବା ଲାଗି ହୋଇଥିବା ଭୋଟରେ ୧୬୧ଟି ୟେସ୍ ଭୋଟ ମିଳିବା ପରେ ଏହି ପ୍ରସ୍ତାବ ଆଗତ ହୋଇଥିଲା ।

Pakistan Not Doing Anything To End Terrorism Says US

ସେପଟେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଂସଦକୁ ରଖାଯାଇଛି ମୁଲତବୀ । ଏନେଇ ଘୋଷଣା କରିଛନ୍ତି ଉପବାଚସ୍ପତି କାସିମ ଖାଁ ସୁରୀ । ତେବେ ଆସନ୍ତା ୩୧ ତାରିଖରେ ହିଁ ସଂସଦରେ ଅନାସ୍ଥା ଭୋଟ ହୋଇପାରେ ବୋଲି ଆଶା କରାଯାଉଛି । ୩୪୨ ସଦସ୍ୟ ବିଶିଷ୍ଟ ପାକ୍ ସାଂସଦରେ ମ୍ୟାଜିକ ନମ୍ବର ରହିଛି ୧୭୨ ।