ଇମ୍ରାନଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିଲା ଆମେରିକା ? ଜାଣନ୍ତୁ ଗୁପ୍ତ ଚିଠିର ସତ…

Pakistan Political Crisis US Secret Letter Threatening To Imran Khan

ନୂଆଦିଲ୍ଲୀ: ଚିଠି ପାଇଁ ସରକାର ଯିବ ! ସିକ୍ରେଟ୍ ଚିଠିକୁ ନେଇ ପାକିସ୍ତାନରେ ଝଡ଼ । ବାଉଳା ହେଲେଣି ଇମ୍ରାନ୍ ଖାନ । ଗୋଟିଏ ଚିଠି ହଜାଇ ଦେଇଛି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନିଦ । ସେହି ଚିଠି, ଯେଉଁ ଚିଠି କଥା ଇମ୍ରାନ୍ ମାର୍ଚ୍ଚ ୨୭ରେ ଇସଲାମାବାଦର ଏକ ରାଲିରେ କହିଥିଲେ । ଆଉ ଏବେ ସେ ଚିଠିକୁ ନେଇ ଇମ୍ରାନଙ୍କ ହାତରୁ କ୍ଷମତା ଯିବାର ଡର ଗୋଡ଼ାଉଛି । ଇମ୍ରାନ୍ ରାଲିରେ ଚିଠି ଦେଖାଇ କହିଥିଲେ, ସରକାରକୁ କ୍ଷମତାଚ୍ୟୁତ୍ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ।

Pakistan Political Crisis US Secret Letter Threatening To Imran Khan

ସରକାର ପରିବର୍ତ୍ତନ ପାଇଁ ବିଦେଶରୁ ଟଙ୍କା ଆସୁଛି । ବାହାରୁ ଟଙ୍କା ଆସୁଥିବା ବେଳେ ଦେଶର କିଛି ଲୋକ ଏହାର ଫାଇଦା ଉଠାଉଛନ୍ତି । ତେବେ ଏଥିରେ କିଏ ସାମିଲ୍ ସେ ଜାଣିନଥିବା କହିଥିଲେ ଇମ୍ରାନ୍ । ତେବେ କିଛି ଲୋକ ଜାଣିଶୁଣି ତାଙ୍କ ବିରୋଧରେ ଆସୁଥିବା ବିଦେଶୀ ଟଙ୍କାର ବ୍ୟବହାର କରୁଥିବା ଇମ୍ରାନ୍ କହିଥିଲେ । ଏବେ ଏହି ସିକ୍ରେଟ୍ ଚିଠିକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କିଏ, କାହିଁକି ଇମ୍ରାନଙ୍କୁ ଲେଖିଲା ଏହି ଚିଠି । ଚିଠିରେ କଣ ଲେଖା ହୋଇଛି ? ଯାହାକୁ ନେଇ ଏତେ ବିଚଳିତ ପାକ୍ ପ୍ରଧାନମନ୍ତ୍ରୀ ?

Pakistan Political Crisis US Secret Letter Threatening To Imran Khan

ମିଳିଥିବା ସୂଚନା ଅନୁସାରେ, ଉକ୍ତ ସିକ୍ରେଟ୍ ଚିଠିକୁ ଇମ୍ରାନ୍ ଖାନ ତାଙ୍କର କିଛି ବିଶ୍ୱସ୍ତ ସାମ୍ବାଦିକଙ୍କୁ ଦେଖାଇଛନ୍ତି । ଏପରିକି ଏହି ଚିଠି ପାକିସ୍ତାନୀ କୂଟନୀତିଜ୍ଞ, ବୈଦେଶିକ ଅଧିକାରୀଙ୍କୁ ଲେଖିଥିବା କୁହାଯାଉଛି । ଯେଉଁଥିରେ ଲେଖାଯାଇଛି ‘ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଫଳ ହେଲେ ପାକିସ୍ତାନର ସମସ୍ୟା ବଢ଼ିଯିବ । ଆମେ ଇମ୍ରାନଙ୍କ ଉପରେ ଖୁସି ନାହୁଁ । ଯେତେବେଳେ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଯିବ ତ ପାକିସ୍ତାନରେ ସବୁକିଛି ଠିକ୍ ହୋଇଯିବ ।’ ଏପରିକି ନିକଟରେ ଇମ୍ରାନଙ୍କ ଋଷ ଗସ୍ତକୁ ନେଇ ମଧ୍ୟ ଚିଠିରେ ଚିନ୍ତାପ୍ରକଟ କରାଯାଇଛି । ତେବେ ଏଭଳି ଚିଠି ଇମ୍ରାନ୍ କେଉଁଠୁ ପାଇଲେ ତାହା ସେ ସ୍ପଷ୍ଟ କରୁନାହାଁନ୍ତି ।

Pakistan Political Crisis US Secret Letter Threatening To Imran Khan

ଚିଠିକୁ ଷଡ଼ଯନ୍ତ୍ର ହତିଆର କରି ଇମ୍ରାନ୍ ସରକାର ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । ସିକ୍ରେଟ୍ ଚିଠିରେ ଆମେରିକାରେ ରହୁଥିବା ଜଣେ ପୂର୍ବତନ ପାକିସ୍ତାନ ରାଷ୍ଟ୍ରଦୂତ ଜଣେ ଆମେରିକୀୟ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର କିଛି ଅଂଶ ରହିଛି । ଚିଠିରେ ଆମେରିକୀୟ ଅଧିକାରୀଙ୍କ ବାର୍ତ୍ତାଳାପକୁ ପୂରା ଆମେରିକା ସରକାରଙ୍କ ନିଷ୍ପତ୍ତି ରୂପେ ଚିତ୍ରଣ କରାଯାଇଛି । ଆଉ ଏବେ ଏ ଚିଠି ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି ।

Pakistan Political Crisis US Secret Letter Threatening To Imran Khan

ସିକ୍ରେଟ୍ ଚିଠିକୁ ସାହାରା କରି ସରକାର ବଞ୍ଚାଇବାକୁ ଇମ୍ରାନ୍ ଚେଷ୍ଟା କରୁଛନ୍ତି । ଇମ୍ରାନଙ୍କ ମନ୍ତ୍ରୀ ଫାରୁଖ ହବିବ୍ କହିଛନ୍ତି ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ବିଫଳ ହୋଇଯିବ । କୌଣସି ଦେଶର ଦାସତ୍ୱ ଆମକୁ ମଞ୍ଜୁର ନୁହେଁ । ଆମେ ସ୍ୱତନ୍ତ୍ର ବିଦେଶ ନୀତିରେ ପରିବର୍ତ୍ତନ ଆଣିବୁ ନାହିଁ । ଏହି ଚିଠି ମାର୍ଚ୍ଚ ୭ରେ ଅବିଶ୍ୱାସ ପ୍ରସ୍ତାବର ଠିକ୍ ଗୋଟିଏ ଦିନ ପୂର୍ବରୁ ଆସିଥିବା ଫାରୁଖ୍ ହବିବ୍ ଦାବି କରିଛନ୍ତି ।

Pakistan Political Crisis US Secret Letter Threatening To Imran Khan

ତେବେ ପାକିସ୍ତାନର ଏଭଳି ସବୁ ଦାବିକୁ ଆମେରିକା ଅଗ୍ରାହ୍ୟ କରି ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ସଫା ସଫା କହିଛି, ଅବିଶ୍ୱାସ ପ୍ରସ୍ତାବରେ ଆମେରିକାର କୌଣସି ହାତ ନାହିଁ । ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ନେଇ ଆମେରିକା କହିଛି ପାକିସ୍ତାନର ସାମ୍ବିଧାନିକ ପ୍ରକ୍ରିୟାକୁ ଆମେ ସମ୍ମାନ କରୁ । ତେବେ ସିକ୍ରେଟ୍ ଚିଠିକୁ ରାଜନୀତି ଥମୁ ନଥିବା ବେଳେ ଅନାସ୍ଥା ଭୋଟ୍ ଉପରେ ସମସ୍ତଙ୍କ ନଜର ରହିଛି ।