ଇମ୍ରାନଙ୍କୁ ପାକ୍ ସେନାର ବିକଳ୍ପ: ଇସ୍ତଫା-ଇଲେକ୍ସନ-ଅନାସ୍ଥା…

1 min read
Pakistan Supreme Court Orders Voting On No Confidence Motion Imran Khan

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ପାଇଁ ରବିବାର ବେଶ ଗୁରୁତ୍ୱପୂର୍ଣ୍ଣ । ଜଣେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇ ପାରନ୍ତି । ସଂସଦରେ ଇମ୍ରାନ ଖାନଙ୍କ ବିରୋଧରେ ହେବ ଅନାସ୍ଥା ଭୋଟ  । ତେବେ ସଭିଙ୍କ ନଜର ଏବେ ଇମ୍ରାନଙ୍କ ଉପରେ  । ଅନାସ୍ଥା ଭୋଟର ସାମ୍ନା ହେବେ ନା  ସମ୍ମାନ ଯିବା ପୂର୍ବରୁ ଇସ୍ତଫା ଦେବେ ?

ପାକିସ୍ତାନର ଆସନ ଗଣିତ କହୁଛି, ପଦବୀ ବଞ୍ଚାଇବାକୁ ହେଲେ ଆବଶ୍ୟକ ୧୭୨ ସଦସ୍ୟଙ୍କ ସମର୍ଥନ । ଆଉ ଯାହା ଇମ୍ରାନଙ୍କ ପାଖରେ ନାହିଁ  । ସେପଟେ ଗୁରୁବାର ଦେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ଯାହାଙ୍କୁ ଇସ୍ତଫା ଦେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି  । ମନେ ରଖିବା ଉଚିତ ସେ ଜଣେ କ୍ରିକେଟର, ତେଣୁ ଶେଷ ବଲରେ ମଧ୍ୟ ଖେଳ ଓଲଟପାଲଟ କରିଦେବାର କୌଶଳ ତାଙ୍କୁ ଜଣାଅଛି  । ଯଦି ବାସ୍ତବରେ ପାକିସ୍ତାନ ରାଜନୈତିକ ଅବସ୍ଥାକୁ ଅବଲୋକନ କରିବା, ତେବେ ଏହା ସ୍ପଷ୍ଟ ଯେ ଇସ୍ତଫା ଦେବାକୁ ଯାଉଛନ୍ତି ଇମ୍ରାନ ଖାନ  । ଏହି ସମସ୍ତ ଘଟଣାକ୍ରମର ପ୍ରଛଦପଟ୍ଟରେ ରହିଛି ସେନାର ଭୂମିକା  । ଜାତୀୟ ଖବର ସରାବରହ ସଂସ୍ଥା ANIର ରିପୋର୍ଟ ମୁତାବକ ପାକିସ୍ତାନର ଇସଲମାବାଦରୁ ଆରମ୍ଭ କରି କରାଚୀ ପର୍ଯ୍ୟନ୍ତ ଏକଥା ଚର୍ଚ୍ଚା ହେଉଛି ଯେ, ପାକିସ୍ତାନ ସେନା ଇମ୍ରାନ ଖାନଙ୍କୁ ଦେଇଛି ତିନୋଟି ବିକଳ୍ପ  । ସୁତ୍ର ଅନୁଯାୟୀ ଇମ୍ରାନଙ୍କ ଆଗରେ ରହିଥିବା ପ୍ରଥମ ବିକଳ୍ପ ହେଉଛି- ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅ  ।

ଦ୍ୱିତୀୟ ବିକଳ୍ପ- ଖୁବଶୀଘ୍ର ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାନେଇ ଘୋଷଣା କର  । ଏବଂ ସଂସଦକୁ ଭଙ୍ଗ କର  । ତୃତୀୟ ଅର୍ଥାତ ସେନାର ଶେଷ ବିକଳ୍ପରେ ରହିଛି- ସଂସଦରେ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କର ଏବଂ ଭୋଟକୁ ଗ୍ରହଣ କର  ।

ବୁଧବାର ଆର୍ମୀ ଜେନେରାଲଙ୍କୁ ଭେଟିଥିଲେ ଇମ୍ରାନ

ସେନା ଅଧିକାରୀଙ୍କ କହିବାନୁସାରେ, ପାକିସ୍ତାନ ସରକାର ସାମରିକ ଅଧିକାରୀଙ୍କୁ ପୋନ କରିଥିଲେ  । ଏବଂ ଦେଶରେ ଜାରି ରହିଥିବା ଅସ୍ଥିର ରାଜନୈତିକ ଚିତ୍ରପଟକୁ ନେଇ ସେନା ସହ ଆଲୋଚନା କରିବାକୁ ଟାଇମ ମାଗିଥିଲେ  । ଏହି ଘଟମାକ୍ରମ ମଧ୍ୟରେ ଇମ୍ରାନ ଖାନ ପାକିସ୍ତାନ ଆର୍ମି ଚିଫ୍ କଂର ଜାବେଦ ବାଜୱା ଏବଂ ଆଇଏସଆଇ ଡିଜିଙ୍କୁ ଭେଟିଥିଲେ  । ଏବଂ ଏହି ବୈଠକ କେବଳ ସରକାରଙ୍କ ଅନୁରୋଧ କ୍ରମେ ଆହୁତ ହୋଇଥିଲା  ।

୩ଟି ବିକଳ୍ପକୁ ନେଇ ଚର୍ଚ୍ଚା

ସରକାର ଏବଂ ସେନା ଅଧିକାରୀଙ୍କ ମଧ୍ୟରେ ତିନୋଟି ବିକଳ୍ପ ନେଇ ଅଲୋଚନା ହୋଇଥିଲା  । ସେନା ଇମ୍ରାନହ୍କ ଆଗରେ ଯେଉଁ ତିନୋଟି ବିକଳ୍ପ ରଖିଥିଲା, ସେଥିରୁ ଗୋଟିଏ ବାଛିଛନ୍ତି ଇମ୍ରାନ  । ପାକିସ୍ତାନ ସଂସଦକୁ ଭଙ୍ଗ କରି ପୁନର୍ବାର ଦେଶରେ ନିର୍ବାଚନ କରିବା ନେଇ ଇମ୍ରାନ ରାଜି ହୋଇଥିବା କହିଛନ୍ତି ଜଣେ ବରିଷ୍ଠ ସେନା ଅଧିକାରୀ  । ଏବଂ ଏହା ସବୁଠାରୁ ଭଲ ବିକଳ୍ପ ବୋଲି ମଧ୍ୟ ଇମ୍ରାନ କହିଥିବା ଜଣାପଡ଼ିଛି  । ସେପଟେ ଇମ୍ରାନଙ୍କ ସହ ଆଲୋଚନା ପରେ ବିପକ୍ଷ ଦଳ ମାନଙ୍କ ସହ ବୈଠକ କରିଥିଲା ସେନା  । ସେନା ମଧ୍ୟ ତିନୋଟି ପ୍ରସ୍ତାବ ମଧ୍ୟରୁ ଇମ୍ରାନ ରାଜି ହୋଇଥିବା ପ୍ରସ୍ତାବକୁ ସର୍ବ ସମ୍ମୁଖରେ ରଖିଥିଲେ  । କିନ୍ତୁ ସଂସଦ ଭଙ୍ଗ ପ୍ରସ୍ତାବକୁ କାରଜ କରିଦେଇଛନ୍ତି ବିରୋଧି ଦଳ  ।

ରାଜନୀତିରେ ହସ୍ତକ୍ଷେପ କରିବାକୁ ଚାହୁଁନି ସେନା

ସେପଟେ ଏ ସମସ୍ତ ଚର୍ଚ୍ଚା ଭିତରେ ନିଜକୁ ସଫେଇ ଦେଇଛି ସେନା  । ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହି ପାକିସ୍ତାନ ସେନା  । ସେନା କେବଳ ବିପକ୍ଷ ଦଳ ଆଗରେ ତିନୋଟି ବିକଳ୍ପ ପ୍ରସ୍ତାବ ପ୍ରକାଶ କରିଥିଲା  । ଇମ୍ରାନ ସରକାର ଏବଂ ବିରୋଧି ଦଳ ଏକତ୍ର ବସନ୍ତୁ  । ଏବଂ ଏକ ନିର୍ଣ୍ଣୟରେ ପହଁଛନ୍ତୁ ବୋଲି କହିଛନ୍ତି ସେନା ଅଧିକାରୀ  । ସେପଟେ କିନ୍ତୁ ପାକିସ୍ତାନର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇମ୍ରାନ ପ୍ରକାଶ କରିଛନ୍ତି ସେନାର ତିନୋଟି ବିକଳ୍ପ ପ୍ରସ୍ତାବ ବିଷୟରେ  ।