spot_img

Latest Posts

ଇମ୍ରାନଙ୍କୁ ଅପମାନ ଦେଇଥିଲେ ସାଉଦି ପ୍ରିନ୍ସ,ସଲମାନ୍‌

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିବା ଇମ୍ରାନ୍‌ ଖାନ୍‌ ତାଙ୍କ ସରକାର ଭାଙ୍ଗିଯିବା ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ଲଗାତାର ଇମ୍ରାନ୍‌ ଖାନ୍‌ ଆମେରିକାର ଷଡ଼ଯନ୍ତ୍ର ବିରୋଧରେ ଲୋକଙ୍କୁ ସାହାଯ୍ୟ ମାଗୁଛନ୍ତି । ଏହି ମଧ୍ୟରେ  ପାକିସ୍ତାନ୍‌ ପ୍ରଧାନମମନ୍ତ୍ରୀ ପୂର୍ବତନ ମୁଖପାତ୍ର ଏକ ଖୁଲାସା କରିଛନ୍ତି । ଯେଉଁଥିରେ ସେ କହିଛନ୍ତିଯେ, ତୁର୍କୀ ଏବଂ ମାଲେସିୟା ସହିତ ସମ୍ପର୍କ ବଢ଼ାଉଥିବା ଇମ୍ରାନଙ୍କୁ ଦିନେ ଖୁବ୍‌ ଅପମାନିତ କରିଥିଲେ ସାଉଦି ପ୍ରିନ୍ସ ।  ପୂର୍ବତନ ମୁଖପାତ୍ର ନଦୀମ ଅଫଜଲ ଚାଡ଼୍‌ କହିଛନ୍ତିଯେ, ସାଉଦି ଆରବର ପ୍ରିନ୍ସ  ମୋହମ୍ମଦ ବିନ୍‌ ସଲମାନ୍‌ ପାକିସ୍ତାନ୍‌ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଗସ୍ତ ସମୟରେ  ଦେଇଥିବା ପ୍ଲେନ୍‌ ଟରେଣ୍ଟୋକୁ ଫେରାଇ ନେଇଥିଲେ  ଏବଂ ଇମ୍ରାନଙ୍କୁ ସେମିତି ଫେରିବାକୁ ପଡ଼ିଥିଲା ।

ନଦୀମ ଅଫଜଲ ଏହା ମଧ୍ୟ କହିଛନ୍ତିଯେ, ଯେତେବେଳେ ସାଉଦି ଆରବର ପ୍ରିନ୍ସ

ଯେତେବେଳେ ତୁର୍କୀର ରାଷ୍ଟ୍ରପତି ଏର୍ଦୋଗାନ୍‌  ଏବଂ ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ମୋହମ୍ମଦ ସାଉଦି ଆରବର ପ୍ରିନ୍ସ ସଲମାନଙ୍କ ସହିତ ମିଶି ଏକ ଚ୍ୟାନେଲ ଆରମ୍ଭ କରିବାକୁ ପାଇଁ ଯୋଜନା କରୁଥିଲେ ସେତେବେଳେ ନିଜ ଘରୋଇ ବିମାନକୁ ଫେରସ୍ତ ନେଇ ଯାଇଥିଲେ ସଲମାନ୍‌ । ଏଥିପାଇଁ ଇମ୍ରାନ୍‌ ଖାନଙ୍କୁ ଏକ  ବାଣିଜ୍ୟିକ ବିମାନ

ରେ ଫେରିବାକୁ ପଡ଼ିଥିଲା ।

 

ଇମ୍ରାନ୍‌ ଖାନ୍‌ ଆମେରିକା ଗସ୍ତ ପୂର୍ବରୁ ରିୟାଦ ଯାଇଥିଲେ । ସେଠାରେ ସଲମାନଙ୍କ ସହିତ ତାଙ୍କର ବୈଠକ ଥିଲା । କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଅଛି ବୋଲି ଦର୍ଶାଗଲା । କିନ୍ତୁ ବାସ୍ତବ ଘଟଣା ତାହା ନଥିଲା । ବିମାନ ନ୍ୟୁୟର୍କରୁ ସିଧା ଇସଲାମାବାଦ ଫେରିଥିଲା । ଏହା ସହିତ ମଝି ରାସ୍ତାରେ ସଲମାନ୍‌ ଇମ୍ରାନଙ୍କୁ ଓହ୍ଲାଇ ଦେଇଥିଲେ ।

ସୂଚନାଯୋଗ୍ୟ ତୁର୍କୀ ଏବଂ ମାଲେସିୟାର ମିଳିତ ସହଯୋଗରେ ବିବିସି ଭଳି ଏକ ଟିଭି ଚ୍ୟାନେଲ ଲଞ୍ଚ୍‌ କରିବେ ବୋଲି ଇମ୍ରାନ୍‌ ଯୋଜନା କରିଥିଲେ । କିନ୍ତୁ ଏହା ପ୍ରିନ୍ସ ସଲମାନଙ୍କର ହଜମ ହୋଇନଥିଲା ।

Latest Posts

Don't Miss