ଆତଙ୍କବାଦୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ଇମ୍ରାନ: ଟିଏଲ୍‌ପି ଉପରେ ଜାରି ନିଷେଧାଦେଶକୁ କଲେ ପ୍ରତ୍ୟାହାର

1 min read

ଇସଲାମାବାଦ: ଆତଙ୍କବାଦୀଙ୍କ ଚାପରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ତେହରିକ-ଇ-ଲାବାଇକ-ପାକିସ୍ତାନ ବା ଟିଏଲପି ଉପରେ ଜାରି ନିଷେଧାଦେଶକୁ ସରକାର ହଟାଇ ନେଇଛନ୍ତି । ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଏହି ସଂଗଠନକୁ ଆତଙ୍କବାଦୀ ସଂଗଠନ ତାଲିକାରୁ ବାଦ୍ ଦେବା ଲାଗି ଜୋରଦାର ଆନ୍ଦୋଳନ ଚାଲିଥିଲା ।

ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ ଯୋଗୁ ଏହି ସଂଗଠନକୁ ଗତ ଏପ୍ରିଲରେ ନିଷିଦ୍ଧ ଘୋଷଣା କରାଯାଇଥିଲା । ନିଷିଦ୍ଧ ତାଲିକାରୁ ହଟାଇବା ଲାଗି ଗତମାସରେ ଦଶରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି ହେବା ସହ ସରକାରଙ୍କ ଉପରେ ଚାପ ପକାଯାଇଥିଲା । ଗତ କିଛି ଦିନ ମଧ୍ୟରେ ବିଭିନ୍ନ ହିଂସା ଯୋଗୁ ୧୦ ପୋଲିସଙ୍କ ସମେତ ୨୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଟିଏଲପିକୁ ନିଷିଦ୍ଧ ଘୋଷଣା ସତ୍ତ୍ୱେ ଚାପ ଯୋଗୁ ସରକାର ଗତ କିଛିଦିନ ମଧ୍ୟରେ ୨ ହଜାରରୁ ଅଧିକ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ । ଏବେ ନିଷେଧାଦେଶ ଉଠିବା ପରେ ଆହୁରି ଅନେକ କର୍ମୀଙ୍କୁ ମୁକ୍ତ କରି ଦିଆଯିବ । ଗତ ଅକ୍ଟୋବର ୨୫ରେ ସଂଗଠନର ୩୫୦ ଜଣ କର୍ମୀଙ୍କୁ ବି ସରକାର ମୁକ୍ତ କରି ଦେଇଥିଲେ । ଏହି ଆତଙ୍କବାଦୀ ସଂଗଠନ ଉପରୁ ନିଷେଧାଦେଶ ହଟାଯିବା ପରେ ଦେଶରେ ଅଧିକ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଟିଏଲପିକୁ କଟକଣା ମୁକ୍ତ କରିବା ପରେ ଅନ୍ୟ କିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ମଧ୍ୟ ଏହି ଦାବି କରିବା ସମ୍ଭାବନା ଦେଖାଦେଇଛି ।

ଏଥିସହିତ ପଢ଼ନ୍ତୁ: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଡ଼ ଖୁଲାସା: ଅର୍ଥ ଆଦାୟ ପାଇଁ ଆର୍ଯ୍ୟନଙ୍କୁ କରାଯାଇଥିଲା ଗିରଫ

Leave a Reply