spot_img

Latest Posts

ପୁଣି ଘୁଞ୍ଚିଲା ଭୋଟିଂ, ପାକିସ୍ତାନ ସଂସଦ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ

ଇସଲାମବାଦ: ପାକିସ୍ତାନ ରାଜନୀତିରେ ବଢୁଛି ସସ୍‌ପେନ୍ସ। ପାକିସ୍ତାନର ସଂସଦ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ। ସାଢେ ୮ଟାରେ ହେବାର ଥିଲା ଭୋଟିଂ।  ଅବିଶ୍ବାସ ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପୂର୍ବରୁ ଗୃହ ସ୍ଥଗିତ ହୋଇଛି।  ଆଜି ସକାଳ ୧୦ଟାରେ ଭୋଟ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ବାକ୍‌ବିତଣ୍ଡା ଯୋଗୁ ଘୁଞ୍ଚିବାରେ ଲାଗିଛି ସମୟ। ଇମ୍ରାନ ଖାନଙ୍କ ଦଳ ବିଭିନ୍ନ ବାହାନା ନେଇ ଭୋଟ ଗ୍ରହଣ ବିଳମ୍ବ କରିଛନ୍ତି।

ତେବେ ରାତି ୧୦ଟା ପରେ ଭୋଟିଂ ହେବା ନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି । ହେଲେ ଏହା ପୂର୍ବରୁ ନିଜ ସରକାର ବଞ୍ଚାଇବା ପାଇଁ ପିଟିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁର୍ନବିଚାର ଆବେଦନ କରାଯାଇଛି। ଗତକାଲି ଅନାସ୍ଥା ପ୍ରସ୍ତାବ ଭୋଟ୍‌ ପୂର୍ବରୁ  ଇମ୍ରାନ୍‌ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ଲଢ଼େଇ ପାଇଁ ସବୁ ଅସ୍ତ୍ର ଫେଲ ମାରିବା ସତ୍ତ୍ୱେ ଇସ୍ତଫା ଦେବା ଦେବାକୁ ମନା କରିଦେଇଛନ୍ତି ଇମ୍ରାନ୍‌। ।

ତେବେ ଆଉ କିଛି ସମୟ ପରେ ଇମ୍ରାନ୍‌ ଖାନ୍ ତାଙ୍କ ବାସଭବନରେ କ୍ୟାବିନେଟ ବୈଠକ କରିବେ। ରାତି ୧୦ରୁ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିପାରେ ପାକିସ୍ତାନ ସଂସଦ। ଏପଟେ ଭୋଟିଂ ପୂର୍ବରୁ ବଡ଼ ବୟାନ ଦେଲେ ଇମ୍ରାନ୍‌ ଖାନ୍‌ । ପାକିସ୍ତାନରେ ଅନ୍ୟ ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

Latest Posts

Don't Miss