ପାକିସ୍ତାନୀ ନ୍ୟୁଜ୍ ଚ୍ୟାନଲର ଦାବି, ବିସିସିଆଇର ୨୨ ଜଣ ପଣ୍ଡିତ ଗୁଣିଗାରେଡ଼ି କରି ହରାଇଲେ..

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତର ବିଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ । ଯେଉଁ କାରଣରୁ ପାକିସ୍ତାନର ଟିଭି ଚ୍ୟାନେଲରେ କିଛି ଅବାନ୍ତର ଯୁକ୍ତି ସହ ବିତଣ୍ଡା କଥା କହୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓମାନ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏକ ଭିଡିଓରେ ଦେଖିବାକୁ ମିଳିଛି କି, ପାକିସ୍ତାନର ଟିଭି ଚ୍ୟାନେଲରେ ବସିଥିବା ଅତିଥୀ ଯୁକ୍ତି ବାଢ଼ିଛନ୍ତି କି, ଗୁଣିକରି ଭାରତ ହରାଇଛି । ପାକିସ୍ତାନର ଅତିଥୀମାନେ ଭିଡିଓରେ ଜଣାଇଛନ୍ତି କି, ୨୨ଜଣ ପଣ୍ଡିତ ଗୁଣି କରି ହରାଇଦେଲେ । ଜଣେ ଖେଳାଳିଙ୍କ ପାଇଁ ୨ ଜଣ ପଣ୍ଡିତ ମନ୍ତ୍ର କରୁଥିଲେ । ଯେଉଁ କାରଣରୁ ପାକିସ୍ତାନ ହାରିଛି ।

ଏହାସହ ଅନ୍ୟଜଣେ ଅତିଥୀ ଭିଡିଓରେ କହିଛନ୍ତି କି, ଯେଉଁ କାରଣରୁ ଭାରତ ପାକିସ୍ତାନ ଆସିବା ପାଇଁ ମନା କରିଥିଲା । କାରଣ ପାକିସ୍ତାନରେ ଏଭଳି ମନ୍ତ୍ର କରିପାରିବେ ନାହିଁ । ଏପରିକି ଦୁବାଇରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପଣ୍ଡିତମାନେ ପଡ଼ିଆକୁ ଯାଇ ମନ୍ତ୍ର କରିଥିଲେ ବୋଲି ଦାବି କରିଛନ୍ତି । ଯାହାକୁ ଶୁଣିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ । ଅନ୍ୟଜଣେ କହିଛନ୍ତି କି, ଭାରତର ପଣ୍ଡିତମାନେ କଳାଯାଦୁ କରି ପିଚକୁ କଳା କରିଥାନ୍ତି । ଯାହାଦ୍ବାରା ପାଣ୍ଡ୍ୟାଙ୍କ ଗୋଟିଏ ଝଟକାରେ ପାକିସ୍ତାନକୁ ସେ ହରାଇଥାନ୍ତି । ଏପରିକି ପାଣ୍ଡ୍ୟା ଆକ୍ସନକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଛନ୍ତି । ତାଙ୍କୁ ଛପରୀ ବୋଲି କହିଥିବା ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ମ୍ୟାଚ ହାରିବା ପରେ ପାକିସ୍ତାନର ଅଧିନାୟକ ମହମ୍ମଦ ରିଜଓ୍ବାନ ପ୍ରାର୍ଥନା କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଭାରତୀୟ ଭାଷ୍ୟକାରମାନେ ମଧ୍ୟ ଆଲୋଚନା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ପାକିସ୍ତାନର ପ୍ୟାନେଲିଷ୍ଟମାନେ କରୁଥିବା ଆଲୋଚନା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ଭାରତୀୟ ପ୍ରଂଶସକ ଏବଂ ୟୁଜର୍ସମାନେ ଏହାକୁ ନେଇ ଟ୍ରୋଲ କରୁଥିବା ମଧ୍ୟ ନଜର ଆସିଛି ।