spot_img

Latest Posts

ଇମ୍ରାନ ପଠାଇଲେ ଆମ୍ବ,ଚୀନ୍ କହିଲା ଦରକାର ନାହିଁ

ଇସଲାମାବାଦ: ପାକିସ୍ତାନ ଆମ୍ବକୁ ପସନ୍ଦ କଲେ ନାହିଁ ଆମେରିକା ଓ ଚୀନ । ଇମ୍ରାନ ପଠାଇଥିବା ଉପହାରକୁ କ୍ୱାରେଣ୍ଟାଇନ ନିୟମ ବିରୋଧରେ କହି ଫରାଇଦେଲେ ଦୁଇ ଦେଶ । କରୋନା ମହାମାରୀ ଏବଂ ଆର୍ଥିକ ସଙ୍କଟର ମଧ୍ୟରେ ଗତି କରୁଥିବା ପାକିସ୍ତାନ ନୂଆ କୂଟନୀତି ଆପଣାଇବାକୁ ଚେଷ୍ଟା କରିଛି । କିନ୍ତୁ ସେହି ରଣନୀତି ମଧ୍ୟ ତାର ସଫଳ ହୋଇପାରି ନାହିଁ । ଏହି ରଣନୀତିକୁ ତା ବିଶେଷ ବନ୍ଧୁ ଚୀନ୍ ଓ ଆମେରିକା ନଷ୍ଟ କରିଦେଇଛି । ନୂଆ କୂଟନୀତି ଅଧୀନରେ ପାକିସ୍ତାନ ବିଭିନ୍ନ ପ୍ରକାରର ଆମ୍ବକୁ ବିଶ୍ୱର ବିଭିନ୍ନ ଦେଶକୁ ଉପହାର ରୂପେ ପଠାଉଛି । କିନ୍ତୁ ପାକିସ୍ତାନର ସର୍ବୋତ୍ତମ ବନ୍ଧୁ ଚୀନ୍ ଏବଂ ଆମେରିକାକୁ  ଏହି ଆମ୍ବ ଉପହାରକୁ ପସନ୍ଦ କରିନାହାଁନ୍ତି ଏବଂ ପାକିସ୍ତାନରୁ ଉପହାର ସ୍ୱରୂପ ପଠାଯାଇଥିବା ଆମ୍ବକୁ ଫେରାଇ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବୁଧବାର ଦିନ ଆମେରିକା ଏବଂ ଚୀନ୍ ସମେତ ୩୨ ରୁ ଅଧିକ ଦେଶର ମୁଖ୍ୟଙ୍କୁ ଆମ୍ବ ପଠାଇଥିଲେ, କିନ୍ତୁ ଆମେରିକା ଏବଂ ଚୀନ୍ ଭଳି ଦେଶ ସେମାନଙ୍କ କରୋନାଭାଇରସ୍  କ୍ୱାରେଣ୍ଟାଇନ୍ ନିୟମ ଦର୍ଶାଇ ଉପହାରକୁ ଅସ୍ୱୀକାର କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ରାଷ୍ଟ୍ରପତି ଡଃ. ଆରିଫ ଅଲବୀଙ୍କ ତରଫରୁ ୩୨ଟି ଦେଶର ମୁଖ୍ୟ ତଥା ସରକାରଙ୍କ ମୁଖ୍ୟଙ୍କ ନିକଟକୁ ‘ଚୌସା’ ଆମ୍ବକୁ ପଠାଯାଇଥିଲା। ଆମ୍ବ ବାକ୍ସ ଇରାନ, ଖାଡ଼ୀ ଦେଶ, ତୁର୍କୀ, ଆମେରିକା, ଆଫଗାନିସ୍ତାନ, ବାଂଲାଦେଶ ଏବଂ ଋଷକୁ ପଠାଯାଇଥିଲା । ବିଶେଷ ସୂତ୍ରରୁ ପ୍ରକାଶ ଯେ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଏହି ତାଲିକାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନ୍ ଙ୍କ ମଧ୍ୟ ନାମ ମଧ୍ୟ ଥିଲା, କିନ୍ତୁ ପ୍ୟାରିସ ପକ୍ଷରୁ ପାକିସ୍ତାନର ଉଦ୍ଦେଶ୍ୟ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଚୀନ୍ ଏବଂ ଆମେରିକା ବ୍ୟତୀତ କାନାଡା, ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନରୁ ପଠାଯାଇଥିବା ଆମ୍ବକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହା ପଛରେ କରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା କ୍ୱାରେଣ୍ଟାଇନ ନିୟମ ଦର୍ଶାଯାଇଛି ।

Latest Posts

Don't Miss