ଇମ୍ରାନଙ୍କ ଡ୍ରିମ୍ ୟୁନିଭର୍ସିଟରେ ପଢୁଛନ୍ତି ମାତ୍ର ୩୭ ଛାତ୍ର

1 min read

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଡ୍ରିମ୍ ୟୁନିଭର୍ସିଟର ଅବସ୍ଥା ଏବେ ଶୋଚନୀୟ  ।  ଅଲ କାଦିର ବିଶ୍ୱବିଦ୍ୟାଳୟ ଲଗାତାର ଲକ୍ଷାଧିକ ଟଙ୍କା ଡୋନେସନ ମିଳୁଛି  । କିନ୍ତୁ ଏକଥା ଶୁଣିଲେ ଆପଣ ହଇରାଣ ହୋଇଯିବେ ଯେ, ଏବେ ୟୁନିଭର୍ସିଟରେ ଅଧ୍ୟୟନ କରୁଛନ୍ତି ମାତ୍ର, ୩୭ ଜଣ ଛାତ୍ରଛାତ୍ରୀ  । ଅଲକାଦିର ବିଶ୍ୱବିଦ୍ୟାଳୟ ୨୦୧୯ ରେ ଏକ ରିୟଲ ଇଷ୍ଟେଟ ବ୍ୟବସାୟୀ ଦାନ ସୂରୂପରେ ପ୍ରଦାନ କରିଥିଲେ ।

ଦ-ନ୍ୟୁଜ ରିପୋର୍ଟ ମୁତାବକ  ଏହାର ମୂଳ ଟ୍ରଷ୍ଟି ରହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ବୁଶରା ବିବି, ଜୁଲଫିକର ଅବାସ ବୁଖାରୀ ଏବଂ ଜହୀର ଉଦ ଦୀନ ବାବର ରହିଥିଲେ  ।  ପରବର୍ତ୍ତୀ ସମୟରେ ବୁଖାରୀ ଏବଂ ବାବରଙ୍କୁ ଏହି ସଂସ୍ଥାର ଟ୍ରଷ୍ଟି ତାଲିକାରୁ ହଠାଇ ଦିଆଯାଇଥିଲା  । ଏବଂ ଏହି ସ୍ଥାନରେ ଆରିଫ ନଜୀର ଭଟ୍ଟ ଏବଂ ଫରହତ ଶହଜାଦୀଙ୍କ  ନାମ ସ୍ଥାନ ପାଇଥିଲା  ।

ଅଲ କାଦୀର ଏକ ବିଶ୍ୱବିଦ୍ୟାଳୟ ବୋଲି ଦାବି କରି ଆସୁଛି  । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପଞ୍ଜାବ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଉକ୍ତ କଲେଜକୁ ମାନ୍ୟତା ମିଳି ପାରିନାହିଁ  । ସେପଟେ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ୟୁନିଭର୍ସିଟ ଯଦି ବା ଠିକ ଠାକ ଚାଲିଥିଲା, ବର୍ତ୍ତମାନ ବିପର୍ଯ୍ୟୟ ହୋଇ ପଡ଼ିଛି ଏହି ୟୁନିଭର୍ସିଟର ଅବସ୍ଥା  । ପଦ ଯିବା ପରେ କଲେଜର ଅବସ୍ଥା ମଧ୍ୟ ତଦନୁରୂପ ହୋଇ ପଡିଛି  । ଫଳରେ ଇମ୍ରାନଙ୍କ ବିପକ୍ଷ ଦଳ ଗୁଡିକ ଏବେ ମଜାକ ଉଡାଇଛନ୍ତି  ।