ପାକିସ୍ତାନ ହେଉଛି ବିଶ୍ଵର ସବୁଠୁ ବିପଜ୍ଜନକ ଦେଶ : ବୃଶ୍ ରିଡେଲ୍

1 min read

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ହେଉଛି ବିଶ୍ଵର ସବୁଠୁ ବିପଜ୍ଜନକ ଦେଶ। ଏହା କହିଥିଲେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ବୃଶ୍ ରିଡେଲ୍। ୨୦୧୧ ଅକ୍ଟୋବରରେ ସେ ଏହି କଥା କହିଥିଲେ। ଏହାର କାରଣ ହେଲା- ପାକିସ୍ତାନରେ ଆତଙ୍କବାଦୀଙ୍କ ପ୍ରଭାବ। ପାକିସ୍ତାନ ହେଉଛି ବିଶ୍ଵ ଆତଙ୍କବାଦର କେନ୍ଦ୍ରସ୍ଥଳ। ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ତିଆରି କରିଥିଲା, ସେହି ଆତଙ୍କବାଦୀମାନେ ଏବେ ତାର ନିୟନ୍ତ୍ରଣରେ ନାହାଁନ୍ତି ।  ନିଜେ ପାକିସ୍ତାନ ମଧ୍ୟ ଆତଙ୍କବାଦରେ ପୀଡ଼ିତ । ବୃଶ ରିଡେଲ କହିଥିଲେ, ଆତଙ୍କବାଦୀଙ୍କ ଆକ୍ରମଣରେ ୩୩ ହଜାରରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ ହେଲାଣି । ୫ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ଏହା ହେଉଛି ୧୪ ବର୍ଷ ତଳର ତଥ୍ୟ ।

ଏହା ଭିତରେ ଏହି ସଂଖ୍ୟା କାହିଁକି କେତେ ଗୁଣ ବୃଦ୍ଧି ପାଇଛି । ଆତଙ୍କବାଦ ଛଡ଼ା ପାକିସ୍ତାନରେ ସେନାର ଅଧିକ ପ୍ରଭାବ ଅଛି। ଦେଶର ନିର୍ବାଚିତ ସରକାରଙ୍କଠାରୁ ସେନାର କ୍ଷମତା ଅଧିକ। ସେଠାରେ ଶୃଙ୍ଖଳା ନାହିଁ । କେହି କାହା କଥା ଶୁଣନ୍ତି ନାହିଁ । ବିଭିନ୍ନ ଅଞ୍ଚଳ ମଧ୍ୟରେ ଏତେ ପ୍ରଭେଦ ଅଛି ଯେ, ସେମାନେ ବହୁ ଗୋଷ୍ଠୀର ବିଭକ୍ତ । ଆଣବିକ ଅସ୍ତ୍ର ସଂପନ୍ନ ହୋଇଥିଲେ ମଧ୍ୟ ଏହା କେତେବେଳେ ଯେ ଆତଙ୍କବାଦୀଙ୍କ ହାତରେ ପଡ଼ିବ କହିହେବ ନାହିଁ । ଏହି ସବୁ କାରଣରୁ ପାକିସ୍ତାନ ବିଶ୍ଵର ସବୁଠାରୁ ବିପଜ୍ଜନକ ଦେଶ ବୋଲି କହିଥିଲେ ସିଆଇଏର ବୃଶ୍ ରିଡେଲ ।