ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତରେ ଥରହର ପାକିସ୍ତାନ୍‌

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ କାଶ୍ମୀର ଗସ୍ତରେ ରତଲେ ଏବଂ କ୍ୱାର ଜଳ ବିଦ୍ୟୁତ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ରାଗରେ ଲାଲ ହୋଇ ଯାଇଛି ପାକିସ୍ତାନ୍‌ । ଏହାକୁ ବିରୋଧ ମଧ୍ୟ କରିଛି । ପାକିସ୍ତାନର କହିବା ହେଉଛି ଏହା ସିନ୍ଧୁ ଜଳଚୁକ୍ତିର ପ୍ରତ୍ୟେକ୍ଷ ଉଲଙ୍ଘନ ଥିଲା । ଏହା ପୂର୍ବରୁ ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜମ୍ମୁ କାଶ୍ମୀର ଯାଇଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରତଲେ ଏବଂ କ୍ୱାର ଜଳବିଦ୍ୟୁତ୍‌ ପରିଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ।

ଚେନାବ ନଦୀରେ ପ୍ରାୟ ୫ ହଜାର ୩ ଶହ କୋଟି ବ୍ୟୟରେ ୮୫୦ ମେଗାଓ୍ୱାଟ୍‌ର ପରିଯୋଜନା ଏବଂ ସେହି ନଦୀ ଉପରେ ୪ ହଜାର ୫ ଶହ କୋଟିରୁ ଅଧିକ ବ୍ୟୟରେ ୫୪୦ ମେଗାଓ୍ୱାଟର କ୍ୱାର ଜଳବିଦ୍ୟୁତ୍‌ ପରିଯୋଜନାର ନିର୍ମାଣ କରାଯିବ ।ହିନା ରବ୍ବାନୀ ଖାରଙ୍କ ନେତୃତ୍ୱାଧୀନ ପାକିସ୍ତାନ୍‌ ବୈଦେଶିକ କାର୍ଯ୍ୟାଳୟ ରବିବାର ରାତିରେ ଏକ ବୟାନରେ କହିଛିଯେ, ୫ ଅଗଷ୍ଟ ୨୦୧୯ ପରେ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଭାରତ ଦ୍ୱାରା କାଶ୍ମୀରରେ ବାସ୍ତବିକ ଅନ୍ତର୍ନିହିତ ଘଟଣାରୁ ଧ୍ୟାନ ହଟାଇବା ପାଇଁ ଏହିଭଳି ପ୍ରୟାସ କରିଛି । କିନ୍ତୁ ଏବେ ଭାରତ ଜଳବିଦ୍ୟୁତ୍‌ ପରିଯୋଜନାର ଡିଜାଇନକୁ ନେଇ ବିରୋଧ କରୁଛି ପାକିସ୍ତାନ୍‌ ।

ବୈଦେଶିକ କାର୍ଯ୍ୟାଳୟର କହିବା ହେଉଛି, ଭାରତର ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ପରିଯୋଜନାର ଭିତ୍ତିପ୍ରସ୍ତରକୁ ଗ୍ରହଣ କରିନି ପାକିସ୍ତାନ୍‌ । ପାକିସ୍ତାନ୍‌ ଅର୍ଥରେ ଏହା ୧୯୬୦ ସିନ୍ଧୁ ଜଳଚୁକ୍ତିର ଉଲଙ୍ଘନ ।