ଶପଥ ନେଲା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ନୂଆ କ୍ୟାବିନେଟ

1 min read

ଇସଲାମାବାଦ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ନୂଆ କ୍ୟାବିନେଟ ଆଜି ଶପଥ ନେଇଛି । ରାଷ୍ଟ୍ରପତି ଆରିଫ ଆଲଭୀ ଅସୁସ୍ଥ ଥିବାରୁ ସିନେଟ ଅଧ୍ୟକ୍ଷ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ମିଳିତ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ସରିଫଙ୍କ ପିଏମଏଲଏନର ସର୍ବାଧିକ ୧୩ ଓ ପାକିସ୍ତାନ ପିପୁଲସ ପାର୍ଟିର ୯ ଜଣ ସାଂସଦ ମନ୍ତ୍ରୀ ହୋଇଛନ୍ତି । ଉଭୟ ଅଭିଜ୍ଞ ଓ ନବାଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି । ପାକିସ୍ତାନ ପିପୁଲ୍ସ ପାର୍ଟିର ହିନା ରବାନି ନୂଆ ବୈଦେଶିକ ମନ୍ତ୍ରୀ ହୋଇଥିବା ବେଳେ ମରିୟମ ନଓ୍ବାଜ ଔରଙ୍ଗଜେବ ସୂଚନା ମନ୍ତ୍ରୀ ହୋଇଛନ୍ତି । କିଛି ଦିନ ତଳେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ମିଳିତ ବିରୋଧୀ ଦଳର ନେତା ତଥା ପିଏମଏଲଏନର ବରିଷ୍ଠ ନେତା ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅନାସ୍ଥା ଭୋଟରେ ଇମ୍ରାନ ଖାଁ ସରକାରଙ୍କ ପତନ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଶାହାବାଜ ସରିଫ ।

ଶାହବାଜଙ୍କ କ୍ୟାବିନେଟରେ ମହିଳାମାନଙ୍କୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିିଛି। ପିଏମଏଲ-ଏନର ମରିୟମ ଔରାଙ୍ଗଜେବଙ୍କୁ ସୂଚନା ମନ୍ତ୍ରୀ ଏବଂ ଆଜମ ନାଜିର ତରାରଙ୍କୁ ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଏହା ସହ ପିଏମଏଲ-ଏନର ଏହସାନ ଇକବାଲ ଯୋଜନା ଏବଂ ବିକାଶ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବା ବେଳେ ପିପିପିର ହିନା ରବ୍ବାନୀ ଖାରଙ୍କୁ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। ତାଙ୍କୁ ଶାହବାଜ୍ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।। ଏହା ସହ ପିଏମଏଲ-ଏନର ରାଣା ସନା ଉଲ୍ହାହଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।