ପାକିସ୍ତାନ ପେଶାଓ୍ବର ମସଜିଦରେ ଆତ୍ମଘାତୀ ଆକ୍ରମଣ, ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି

1 min read

ଇସଲାମାବାଦ : ପାକିସ୍ତାନ ପେଶାଓ୍ବରସ୍ଥିତ ମସଜିଦରେ ଆକ୍ରମଣ ଘଟଣାରେ ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ଏବେ ବି ଶତାଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ମସଜିଦ ଭିତରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ତେହରିକ-ଏ-ତାଲିବାନ ପାକିସ୍ତାନ ।

ଗତକାଲି ଦ୍ବିପହରରେ ନମାଜ ପାଠ ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ନମାଜରେ ସ୍ଥାନୀୟ ଲୋକଙ୍କ ସମେତ ପୋଲିସ ଓ ସେନା କର୍ମଚାରୀ ଉପସ୍ଥିତ ଥିଲେ । ମସଜିଦ ଭିତରେ ଆତତାୟୀ ହମଲା କରିଥିବା ବେଳେ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ । ମୃତକଙ୍ ମଧ୍ୟରେ ଅଧିକାଂଶ ସୁରକ୍ଷାକର୍ମୀ ରହିଛନ୍ତି ।

ପାକିସ୍ତାନ ସେନା ଗୁଳିରେ ନିହତ ହୋଇଥିବା ତେହରିକ-ଏ-ତାଲିବାନ ପାକିସ୍ତାନର କମାଣ୍ଡର ଉମର ଖାଲିଦ ଖୁରାସନୀର ମୃତ୍ୟୁ ହୋଇଥିଲା । ଏହି ବିସ୍ଫୋରଣକୁ ଉମର ଖାଲିଦ ହତ୍ୟାର ପ୍ରତିଶୋଧ ବୋଲି ଟିଟିପି ପକ୍ଷରୁ କୁହାଯାଇଛି । ୨୦୨୨ ଅଗଷ୍ଟରେ ଆପଗାନିସ୍ତାନରେ ଉମର ଖାଲିଦର ମୃତ୍ୟୁ ହୋଇଥିଲା ।