ପାକ୍ ମନ୍ତ୍ରୀ କହୁ କହୁ କହିଦେଲେ ସତ, ପୁଲଓ୍ୱାମା ଆକ୍ରମଣ ଇମ୍ରାନ୍‌ ଖାନ୍‌ଙ୍କ ଉପଲବ୍ଧି

1 min read
Pakistan minister fawad choudhary admitting pakistan hand in pulwama terrorist attack

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୁଲୱାମାରେ CRPF ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ଏବେ ବି ଭାରତୀୟଙ୍କ ମନରୁ ଲିଭିନି । ଏକଥା ମନେ ପଡ଼ିଲେ ପ୍ରତ୍ୟେକ ଭାରତୀୟଙ୍କ ଛାତିରେ ନିଆଁ ଲାଗିଯାଏ । ତେବେ ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ନଥିବା ନେଇ ଇମ୍ରାନ ଯେତେ ଯୁକ୍ତି କରିଥିଲେ ମଧ୍ୟ ଏହାକୁ ମିଥ୍ୟା ବୋଲି ପ୍ରମାଣ କରିଛନ୍ତି ସେହି ପାକିସ୍ତାନର ଜଣେ ମନ୍ତ୍ରୀ । ଆତଙ୍କବାଦୀ ହମ୍‌ଲା ପଛରେ ପାକିସ୍ତାନ ଓ ଇମ୍ରାନ ସରକାରର ହାତ ଥିବା ସେ ସ୍ପଷ୍ଟ କରିଦେଇଛନ୍ତି । ସେ ସିଧାସଳଖ ଭାବେ କହିଛନ୍ତି ପୁଲଓ୍ୱାମା ଆକ୍ରମଣ ହେଉଛି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଏକ ବଡ଼ ଉପଲବ୍ଧି । ଇମ୍ରାନ ସରକାର ଏବେ ତାଙ୍କ ଦଳ ପିଟିଆଇର ଏହା ଏକ ବଡ଼ ସଫଳତା ବୋଲି ମନ୍ତ୍ରୀ ଫଓ୍ୱାଦ୍‌ ଚୌଧରୀ କହିଛନ୍ତି । ଖାଲି ସେତିକି ନୁହେଁ ପୁଲଓ୍ୱାମା ଆକ୍ରମଣର ସମସ୍ତ ଶ୍ରେୟ ଇମ୍ରାନ ଖାନ୍‌ଙ୍କୁ ଯାଉଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଆମେ ଭାରତ ଭିତରେ ପସି ଆକ୍ରମଣ କରିଥିଲୁ ।

pak-minister Fawad Choudhry

ଫୱାଦଙ୍କ ଏହି ବୟାନ ଏବେ ପାକିସ୍ତାନ ଓ ଇମ୍ରାନଙ୍କ ରକ୍ତଚାପ ବଢାଇ ଦେଇଥିବ ଏଥିରେ ସନ୍ଦେହ ନାହିଁ । କାରଣ ପାକିସ୍ତାନ FATF(ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ)ର ଗ୍ରେ ଲିଷ୍ଟରେ ଅଛି । ଆତଙ୍କବାଦୀ ସଂଗଠନଙ୍କୁ ସଂରକ୍ଷଣ ପାଇଁ ପାକିସ୍ତାନ ଏହି ତାଲିକାର ଗ୍ରେ-ଲିଷ୍ଟରେ ଅଛି । ଏବେ ଜଣେ ମନ୍ତ୍ରୀଙ୍କ ଏଭଲି ବୟାନ ପାକିସ୍ତାନକୁ ବ୍ଲାକ୍ ଲିଷ୍ଟ୍ କରିପାରେ ।

pak-minister Fawad Choudhry

ସୂଚନାଯୋଗ୍ୟ, ୧୪ ଫେବୃଆରୀ ୨୦୧୯ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ, CRPF ଯବାନଙ୍କ ଏକ ବଡ଼ ଟିମ୍‌ ଗାଡ଼ିରେ ଯାଉଥିବା ବେଳେ ଆଇଇଡି ଭର୍ତ୍ତି ଥିବା ଏକ କାର ଆସି ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଏକ ବିରାଟ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ପୁରା ଅଞ୍ଚଳ ଛିନ୍‌ଛତ୍ର ହୋଇଯାଇଥିଲା । ଯବାନଙ୍କ ଗାଡ଼ିଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ବେଳେ ସେଥିରେ ବସିଥିବା ଯବାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ।  ଏହି ବିସ୍ଫୋରଣରେ ୪୦ଜଣ ଯବାନ ସହିଦ ହୋଇଥିଲେ । ଏPulwama Attack

ତେବେ ପାକିସ୍ତାନୀ ମନ୍ତ୍ରୀ ଫୱାଦ ଚୌଧୁରୀ ହେଉଛନ୍ତି ସେହି ନେତା, ଯିଏ ବିଭିନ୍ନ ସମୟରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଉ ଅଧିକାଂଶ ସମୟରେ ଭାରତକୁ ଧମକ ଦେଇଥାନ୍ତି । ନିଜ ବୟାନ ପାଇଁ ସେ ସବୁବେଳେ ଟ୍ରୋଲ୍‌ର ଶିକାର ହୋଇଥାନ୍ତି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଫଓ୍ୱାଦ୍‌ ଭାରତକୁ ଅନେକ ଥର ଯୁଦ୍ଧ ଧମକ ଦେଇସାରିଛନ୍ତି । ଏମିତିକି ସେ ଭାରତକୁ ପରମାଣୁ ଯୁଦ୍ଧ ପାଇଁ ମଧ୍ୟ ଚେତାବନୀ ଦେଇଥିବା ନଜିର ରହିଛି । ସେ ଭାରତର ଚନ୍ଦ୍ରାୟନ-୨ ଲଞ୍ଚ ହେବା ପରେ ମଧ୍ୟ ଏକ ବିବାଦୀୟ ଟ୍ୱିଟ୍ କରିଥିଲେ । ହେଲେ ସେହି ଟ୍ୱିଟ୍‌ ଯୋଗୁଁ ସେ ନିଜ ଦେଶରେ ହିଁ ପରିହାସର ପାତ୍ର ପାଲଟିଥିଲେ ।

Pulwama Attack

Leave a Reply