ପାକିସ୍ତାନରେ ପୁଣି ମାତିଲେ ବଲୁଚ ଲିବରେସନ ଆର୍ମି, ୭ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

ନନ୍ଦଘୋଷ ବ୍ୟୁରୋ: ପାକିସ୍ତାନରେ ପୁଣି ମାତିଲେ ବଲୁଚ ଲିବରେସନ ଆର୍ମି । ଆକ୍ରମଣରେ ୭ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ, ୨୧ ଆହତ । କ୍ବେଟାରୁ ତଫତାନ ଯିବାବେଳେ ସେନା ଗାଡି ଉପରେ ହମଲା ହୋଇଛି । ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ବଲୁଚ ଲିବରେସନ ଆର୍ମି । ଘଟଣାସ୍ଥଳରେ ଚାଲିଛି ଆର୍ମିର ରେସ୍କ୍ୟୁ ଅପରେସନ । ଆକ୍ରମଣସ୍ଥଳରେ ଆର୍ମିର ହେଲିକପ୍ଟର ମଧ୍ୟ ମୁତୟନ ହୋଇଛି । ଆକ୍ରମଣସ୍ଥଳକୁ ଘେରାବନ୍ଦୀ କରି ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ସେପଟେ ଏହି ଆକ୍ରମଣରେ ୯୦ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଦାବି କରିଛି ବିଏଲଏ । ବଲୁଚ ଲିବରେସନ ଆର୍ମିର ମାଜିଦ ବ୍ରିଗେଡ ପକ୍ଷରୁ ଆକ୍ରମଣ ହୋଇଛି । ଆକ୍ରମଣରେ ବିଏଲଏର ଅନ୍ୟ କିଛି ସଂଗଠନର ହାତ ମଧ୍ୟ ରହିଛି ।