spot_img

Latest Posts

ଟି-୨୦ ବିଶ୍ବକପ: ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ ପାକିସ୍ତାନର ଯୋଜନା, ଆଇସିସି ନେବ କି ଆକ୍ସନ ?

ଟି-୨୦ ବିଶ୍ବକପ: ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ ପାକିସ୍ତାନର ଯୋଜନା, ଆଇସିସି ନେବ କି ଆକ୍ସନ ?

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପକୁ ନେଇ ବିବାଦ ଥମିବାର ନାଁ ନେଉନି । ବାଂଲାଦେଶର ନଖରାମି ପରେ ଏବେ ପାକିସ୍ତାନର ଆରମ୍ଭ ହୋଇଯାଇଛି । ବାଂଲାଦେଶ ଭାରତ ଆସି ମ୍ୟାଚ୍ ଖେଳିବାକୁ ମନା କରିବା ପରେ ଆଇସିସି ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଟି-୨୦ ବିଶ୍ବକପରୁ ଆଉଟ୍ କରି ଦେଇଛି । ଏବେ ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରାଯାଇଛି । ଆଉ ବାଂଲାଦେଶ ବିଶ୍ବକପରୁ ବାହାର ହେବାକୁ ନେଇ ପାକିସ୍ତାନର ପଇଁତାରାବାଜି ଆରମ୍ଭ ହୋଇଯାଇଛି । ଶୁଣିବାକୁ ମିଳୁଛି, ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ କରିବାକୁ ଯୋଜନା କରୁଛି । ୧୫ ଫେବ୍ରୁଆରୀରେ ହେବାକୁ ଥିବା ଏହି ମ୍ୟାଚ୍ ନଖେଳିବାକୁ ପିସିବି ଯୋଜନା କରୁଛି ।

ପାକିସ୍ତାନୀ ମିଡ଼ିଆ ରିପୋର୍ଟ ଅନୁସାରେ, ପିସିବି ଅଧ୍ୟକ୍ଷ ମୋହସିନ ନକଓ୍ବି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରଫିଙ୍କ ମଧ୍ୟରେ ବୈଠକ ହୋଇଛି । ପିସିପି ବାଂଲାଦେଶକୁ ଟି-୨୦ ବିଶ୍ବକପରୁ ବାହାର କରାଯିବାକୁ ନେଇ ଅସନ୍ତୁଷ୍ଠ ଅଛି । ଏହି କାରଣରୁ ପିସିବି ଭାରତ ବିପକ୍ଷରେ ମ୍ୟାଚ୍ ବୟକଟ କରିବାକୁ ଯୋଜନା କରୁଛି ।

ମ୍ୟାଚ୍ ରଦ୍ଦ ହେଲେ କ’ଣ ହେବ ?

ବାକିସ୍ତାନର ବୟକଟ ଯୋଗୁଁ ଯଦି ଏହି ମ୍ୟାଚ୍ ରଦ୍ଦ ହେବ, ତେବେ କ’ଣ ହେବ ତାକୁ ନେଇ ସବୁଠି ଚର୍ଚ୍ଚା । ଯଦି ଏହି ମ୍ୟାଚ୍ ରଦ୍ଦ ହେଉଛି ତେବେ ଆଇସିସିକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡିବ । ଟି-୨୦ ବିଶ୍ବକପ ପାଇନାଲ ଓ ସେମିଫାଇନାଲ ମ୍ୟାଚ୍ ବ୍ୟତୀତ ଯଦି କୌଣସି ମ୍ୟାଚରେ ଅଧିକ ଟିଆରପି ଆସିଥାଏ ତାହା ଭାରତ ଓ ପାକିସ୍ତାନ ମ୍ୟାଚରୁ ଆସିଥାଏ । ଏମିତିରେ ଆଇସିସି ଓ ବ୍ରଡକାଷ୍ଟିଂଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିବ । ହେଲେ ଏହାର ସାଇଡ ଇଫେକ୍ଟ ପାକିସ୍ତାନକୁ ଭୋଗିବାକୁ ପଡ଼ିପାରେ । କାରଣ ଯଦି ପାକିସ୍ତାନ ମ୍ୟାଚ ବୟକଟ କରେ ତେବେ ଆଇସିସି ପିସିବି ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇପାରେ । ଯାହା ଦୟନୀୟ ଅବସ୍ଥାରେ ଥିବା ପିସିବିର ଆର୍ଥିକ ସ୍ଥିତିକୁ ଆହୁରି ବିଗାଡି ଦେବ ।

ବୟକଟ ଦାବି କରୁଛନ୍ତି ପୂର୍ବତନ ପାକିସ୍ତାନୀ ଖେଳାଳି

ବାଂଲାଦେଶ ଟି-୨୦ ବିଶ୍ବକପରୁ ବାହାର ହେବା ଖବର ଆସିବା ପରଠାରୁ ପାକିସ୍ତାନର ପୂର୍ବ ଖେଳାଳିମାନେ ଅଜବ ବୟାନବାଜି ଆରମ୍ଭ କରିଦେଇଛନ୍ତି । ପୂର୍ତନ ଅଧିନାୟକ ରାଶିଦ ଖାନ କହିଛନ୍ତି, ଏହି ନିଷ୍ପତ୍ତି ବିରୋଧରେ ପିସିବିକୁ ଟି-୨୦ ବିଶ୍ବକପକୁ ବୟକଟ କରିବା ଉଚିତ । ତାଙ୍କ ମତରେ ଯଦି ପାକିସ୍ତାନ ଟିମ୍ ବିଶ୍ବକପ ନଖେଳିବ ଏହା ଭାରତ ଓ ଆଇସିସିକୁ ଉଚିତ ଜବାବ ହେବ । ଏବେ ପାକିସ୍ତାନ ମିଡିଆରେ ଭାରତ-ପାକିସ୍ତାନ ମ୍ୟାଚ୍ ବୟକଟ ନେଇ ଖବର ଆସୁଛି । ଶାହବାଜ ଶରିଫ ଓ ନକଓ୍ବିଙ୍କ ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ ।

Latest Posts

Don't Miss