ପାକିସ୍ତାନ ହାଇକୋର୍ଟରେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା

ଇସଲାମାବାଦ: କୋର୍ଟ ଭିତରେ ପାକିସ୍ତାନର ବରିଷ୍ଠ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା । ପେଶଓ୍ବାର ହାଇକୋର୍ଟ ବାରରେ ବରିଷ୍ଠ ଆଇନଜୀବୀ ଅବଦୁଲ ଲତିଫ ଆଫ୍ରିଦିଙ୍କୁ ଗୁଳି କରି ହତ୍ୟା କଲେ ସହଯୋଗୀ । କୌଣସି କାରଣରୁ ସହଯୋଗୀ ଆଇନଜୀବୀ ଆଦନାନ ଆଫ୍ରିଦିଙ୍କୁ ଗୁଳି କରିଥିଲେ । ଗୁଳିମାଡରେ ସେ ଆହତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଆଦନାନ ଗିରଫ ହୋଇଛନ୍ତି । ଆଫ୍ରିଦିଙ୍କ ଦେହରେ 6ଟି ଗୁଳି ବାଜିଥିବା ସୂଚନା ମିଳିଛି । ପାକିସ୍ତାନ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଥିଲେ ଆଫ୍ରିଦି । ମୃତ୍ୟୁ ବେଳକୁ ତାଙ୍କୁ  ୭୯ ବର୍ଷ ହୋଇଥିଲା। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଇଫତିକାର ମହମ୍ମଦ ଚୌଧୁରୀଙ୍କୁ ପୁନଃଅବସ୍ଥାପିତ କରାଯିବା ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିଲେ ଆଫ୍ରିଦି ।