‘ଜୟ ଶ୍ରୀ ରାମ-ହର ହର ମହାଦେବ’ ନାରାରେ ପ୍ରକମ୍ପିତ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜୟ ଶ୍ରୀ ରାମ ନାରା । ପାକିସ୍ତାନର ରହିମ ୟାର ଖାନ ଅଞ୍ଚଳରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ଘଟଣା ପରେ ଲୋକଙ୍କ ରାଗ ଥମୁନି । କରାଚୀରେ ଅଳ୍ପସଂଖ୍ୟକ ହିନ୍ଦୁ ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ ବେଳେ ସମଗ୍ର ଅଞ୍ଚଳ ଜୟ ଶ୍ରୀ ରାମ ଓ ହର ହର ମହାଦେବ ନାରାରେ ପ୍ରକମ୍ପିତ ହୋଇଥିଲା ।

 Pakistan Karachi Protest By Hindu People Temple Issue

ରବିବାର କରାଚୀ ପ୍ରେସ କ୍ଲବ ବାହାରେ ହୋଇଥିବା ବିକ୍ଷୋଭରେ ଅଳ୍ପସଂଖ୍ୟକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀ ହିନ୍ଦୁ ମନ୍ଦିର ଭଙ୍ଗାରୁଜାକୁ ବିରୋଧ କରିବା ସହ ଘଟଣାର ନିନ୍ଦା କରିଥିଲେ । ଏଥିରେ ହିନ୍ଦୁ ସମୁଦାୟ ସହ ଶିଖ୍, ପାରସୀ, ଇସାଇ ଓ ଅନ୍ୟ ଧର୍ମର ଲୋକ ସାମିଲ୍ ଥିଲେ । ବିକ୍ଷୋଭକାରୀ ହର ହର ମହାଦେବ ସହ ଜୟ ଶ୍ରୀ ରାମ ନାରା ଲଗାଇଥିଲେ ।

 Pakistan Karachi Protest By Hindu People Temple Issue

କିଛିଦିନ ତଳେ ପାକିସ୍ତାନର ରହିମ ୟାର ଖାନ ଅଞ୍ଚଳରେ ଥିବା ଏକ ଗଣେଶ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା । ଭଙ୍ଗାରୁଜାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଯାହାକୁ ନେଇ ବିବାଦ ଉପୁଜି ଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଘଟଣାର ନିନ୍ଦା କରିଥିଲେ । ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Leave a Reply