ପୁଞ୍ଚରେ ପାକର ଅସ୍ତ୍ରବିରତି ଉଲ୍ଲଂଘନ, ଭାରତର ମୁହଁତୋଡ ଜବାବ

1 min read

ଜମ୍ମୁ-କାଶ୍ମୀର: ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜମ୍ମୁ-କାଶ୍ମୀରର ପୁଞ୍ଚରେ ଶନିବାର ଘଟିଛି ଏହି ଘଟଣା । ଅପରାହ୍ନ ୪ ଟାରେ ପାକିସ୍ତାନ ସେନା ଭାରତ ସୀମାକୁ ଗୁଳି ଚାଳନା କରିଥିବା ଜଣାପଡିଛି । ପୁଞ୍ଚ ଜିଲ୍ଲାର କାସ୍ବା ଏବଂ କିରନୀ ସେକ୍ଟରରେ ମୋଟାର ଏବଂ ଗୁଳି ଦାଗ ଦେଖିବାକୁ ମିଳିଛି ।  ଗୁଳି ଗୋଳା ପାକିସ୍ତାନ ପଟୁ ଆସିଥିବା ସ୍ପଷ୍ଟ ହେବା ପରେ କଡା ଜବାବ ଦେଇଛନ୍ତି ଭାରତୀୟ ସେନା ।

ଏହା ପୂର୍ବରୁ ଶନିବାର ସକାଳ ୧୧.୪୦ ମଧ୍ୟ କେସ ଫାୟାର କରିଥିଲା ପାକିସ୍ତାନ । ସେହିପରି ପାକିସ୍ତାନ ଜମ୍ମୁ କାଶ୍ମୀରର କଠୁଆ ନିକଟସ୍ଥ LOC ନିକଟରେ ମଧ୍ୟ ଅସ୍ତ୍ର ବିରତ ଉଲ୍ଲଂଘନ କରିଥିଲା । ଜଣେ ସେନାଅଧିକାରୀଙ୍କ କହିବା ମୁତାବକ, ପାକିସ୍ତାନ ଆଜି ଅନେକ ସ୍ଥାନରେ ଗୁଳି ଚଳାଇଛି । ଯାହାର ଉଚିତ ଯବାବ ମଧ୍ୟ ଦେଇଛନ୍ତି ଭାରତୀୟ ସୈନ୍ୟ ।  ଏହି ଘଟଣାରେ କୌଣସି ମୃତାହତ କିମ୍ବା କ୍ଷତି ହୋଇନଥିବା ସ୍ପଷ୍ଟ କରିଛନ୍ତି ସେନା ଅଧିକାରୀ । ସେପଟେ ଭାରତୀୟ ସେନାର ଗୁଳିମାଡରେ ପାକିସ୍ତାନର ହୋଇଥିବା ମୃତାହତ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  ।

Leave a Reply